Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସ୍କୁଲ ବସରେ ପଶି ବ୍ୟବସାୟୀଙ୍କ ଜାଅଁଳା ଶିଶୁଙ୍କୁ ଅପହରଣ : ସିସିଟିଭିରେ କଏଦ ପୁରା ଘଟଣା

14/02/2019 at 4:40 PM

ଚିତ୍ରକୂଟ ୧୪/୨ : ମଧ୍ୟ ପ୍ରଦେଶ ଚିତ୍ରକୂଟରେ ଦିନ ଦ୍ବିପ୍ରହରରେ ଦୁର୍ବୁର୍ତ୍ତ ସ୍କୁଲ ବସରେ ଚଢି ୨ ଜାଅଁଳା ଶିଶୁଙ୍କୁ ଅପହରଣ କରି ନେଇଛନ୍ତି | ସ୍କୁଲ ବସରେ ସିସିଟିଭି ଲାଗିଥିଲା | ଅପହରଣର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି | ଏହି ଲାଇଭ ଅପହରଣ ମାମଲାରେ ଫଟୋ ଏବଂ ଭିଡିଓ ମହଜୁଦ ଥିଲେ ସୁଦ୍ଧା ପୋଲିସକୁ ଦୁର୍ବୁର୍ତ୍ତଙ୍କ କୌଣସି ପତା ମିଳିନାହିଁ |


ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଦୁଇ ଦୁର୍ବୁର୍ତ୍ତ ମୁହଁରେ ମୁଖା ପିନ୍ଧି ଅଚାନକ ସ୍କୁଲ ବସରେ ଚଢ଼ିଥିଲେ | ଏହାପରେ ଦୁଇ ଦୁର୍ବୁର୍ତ୍ତ ବସ କଣ୍ଡକ୍ଟରଙ୍କୁ ମାଡ ମାରିଥିଲେ | ଏହାପରେ ଜଣେ ଦୁର୍ବୃତ୍ତ ମହିଳା ଏଟେଣ୍ଡେଣ୍ଟଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ରଖିଥିଲା | ଅନ୍ୟଜଣେ ଜୋର ଜବରଦସ୍ତ ଦୁଇ ଜାଅଁଳା ଶିଶୁଙ୍କୁ ଅପହରଣ କରି ନେଇଥିଲା | ଜାଅଁଳା ଶିଶୁଙ୍କ ବାପା ଜଣେ ବ୍ୟବସାୟୀ | ଘଟଣା ବେଳେ ବସରେ ବସିଥିବା ଅନ୍ୟ ଶିଶୁମାନେ ବହୁତ ଭୟଭୀତ ହୋଇଯାଇଥିଲେ |


ସ୍କୁଲ ପରିସରରେ ଲାଗିଥିବା ସିସିଟିଭିରେ ମଧ୍ୟ ଦୁର୍ବୁର୍ତ୍ତମାନେ ସ୍କୁଲ ପରିସରରେ ଭିତରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା | ପୋଲିସ କହିବାନୁଯାୟୀ, ଦୁର୍ବୃତ୍ତମାନେ ବହୁତ ଦିନ ହେଲା ଚିତ୍ରକୂଟର ଏହି ବ୍ୟବସାୟୀଙ୍କ ସନ୍ତାନଙ୍କ ଉପରେ ନଜର ରଖିଥିଲେ | ସେମାନେ କେଉଁ ସମୟରେ ସ୍କୁଲ ଯାଉଛନ୍ତି, କେଉଁ ସମୟରେ ସ୍କୁଲରୁ ଫେରୁଛନ୍ତି, ଆଉ କୁଆଡେ କେତେବେଳେ ଯାଉଛନ୍ତି ସେସବୁ ଉପରେ ଏମାନଙ୍କ ନଜର ରହିଥିଲା | କିନ୍ତୁ ବ୍ୟବସାୟୀଙ୍କ ପରିବାରକୁ ଏବେ ଯାଏଁ ଟଙ୍କା ପାଇଁ କୌଣସି ଫୋନ ଆସିନଥିବା ଜଣାପଡିଛି |


ଦିନ ଦ୍ବିପ୍ରହରରେ ଘଟିଥିବା ଏହି ଅପହରଣ ଘଟଣାର କୌଣସି ସୁରାକ ଏବେ ଯାଏଁ ପୋଲିସ ପାଇନାହିଁ | ସମତା ଜାତୀୟ ରାଜ୍ୟପଥରେ ପୋଲିସ ନିୟୋଜିତ ଅଛନ୍ତି ଏବଂ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ସମସ୍ତ ଗାଡି ଚେକ କରୁଛନ୍ତି | ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି | ଅପରାଧୀଙ୍କ ବିଷୟରେ ସୂଚନା ଦେବା ଲୋକଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବା ପାଇଁ ପୋଲିସ ଘୋଷଣା କରିଛି |

   Related Posts