ଯେଉଁ ବୟସରେ ପିଲାକୁ ଏକାକୀ ସ୍କୁଲ ଛାଡିବା ଚିନ୍ତା ବି କରାଯାଏନା, ବେଙ୍ଗାଲୁରୁକୁ ବିମାନରେ ଏକା ଫେରିଲା ସେହିବୟସର ବାଳକ

Published By : Prameya-News7 Bureau | May 25, 2020 IST

ବେଙ୍ଗାଲୁରୁ:  ଯେଉଁ ବୟସରେ ପିଲା ବିନା ଅଭିଭାବକ ସ୍କୁଲ ଯିବା କଥା ବି ଚିନ୍ତା କରିପାରେନି ସେହି ବୟସର ଏକ ବାଳକ ଦିଲ୍ଲୀରୁ ଏକାକୀ ବିମାନ ଯାତ୍ରାକରି ସୋମବାର ବେଙ୍ଗାଲୁରରେ ପହଞ୍ଚିଛି। ବିମାନର ସ୍ୱତନ୍ତ୍ର ଶ୍ରେଣୀରେ ଯାତ୍ରା କରିଥିବା ଏହି ବାଳକଟିର ବୟସ ଜମାରୁ ୫ ବର୍ଷ ଓ ତା ସହ ତା ପରିବାରର କେହିବି ନଥିଲେ। ଗତ ୩ ମାସ ହେଲା ପିଲାଟି କରୋନା ଲକଡାଉନ୍ ଯୋଗୁ ଦିଲ୍ଲୀରେ ଜେଜେ ଓ ଜେଜେମାଙ୍କ ନିକଟରେ ଅଟକି ରହିଥିଲା। ବିମାନ ଚଳାଚଳ ଆରମ୍ଭ ହେବାରୁ ମା ତା ଲାଗି ଟିକେଟ୍ ଟିଏ କରିଦେଇଥିବା ବେଳେ ସେ ସୁରକ୍ଷିତ ଘରକୁ ଫେରିଆସିଛି।

wp:html /wp:html

ଦିଲ୍ଲୀରୁ ଆସିଥିବା କୁନି ଯାତ୍ରୀଟିର ନାମ ବିହାନ ଶର୍ମା। ସେ ସୁରକ୍ଷିତ ପହଞ୍ଚିଥିବାରୁ ବିମାନବନ୍ଦର ପକ୍ଷରୁ ଟ୍ୱିଟ୍‌ ରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ବିହାନକୁ ତା ମା ମଞ୍ଜରୀ ଶର୍ମା ବିମାନ ବନ୍ଦରରୁ ଘରକୁ ନେଇଯାଇଛନ୍ତି। ବିମାନ ଅବତରଣ କରିବା ପରେ ଯାତ୍ରୀଙ୍କ ଧାଡିରେ ବିହାନ ବେଶ୍ ବାରିହୋଇପଡିଥିଲା। ହଳଦିଆ ରଙ୍ଗର ଜ୍ୟାକେଟ୍ ସାଙ୍ଗକୁ ହଳଦିଆ ମାସ୍କ ଓ ନିଳ ଗ୍ଲୋବସ୍‌ରେ ବେଶ୍ ଦେଖାଯାଉଥିଲେ ବିହାନ। 

{"id":275879,"width":571,"height":317,"sizeSlug":"large"}

୩ ମାସ ହେଲା ପୁଅର ବିଚ୍ଛେଦରେ ମା ମଞ୍ଜରୀ ମଧ୍ୟ ଆତୁର ଥିଲେ। ବିହାନକୁପ ଦେଖି କୋହ ସମ୍ବରଣ କରିପାରିନଥିଲେ।  କରୋନା ଲକଡାଉନରେ ଅଟକି ରହିଥିବା ୫ ବର୍ଷରୁ ଶିଶୁକୁ ଦିଲ୍ଲୀରୁ ଆଣିବା ଏତେ ସହଜ ନଥିଲା। ତେବେ ମଞ୍ଜରୀଶ ଯେମିତି ଶୁଣିଲେ ବିମାନ ସେବା ଆରମ୍ଭ ହେବାକୁ  ଯାଉଛି ପୁଅ ଲାଗି ଟିକେଟ୍‌ଟିଏ କରିଦେଲେ। ସେ ଦିଲ୍ଲୀରୁ ବିମାନରେ ଉଠିବା ପରେ ମା ତାକୁ ବେଙ୍ଗାଲୁରୁ ବିମାନ ବନ୍ଦରରେ ଅପେକ୍ଷା କରି ରହିଥିଲେ। ବିମାନ କର୍ମଚାରୀ ବିହାନକୁ ସୁରକ୍ଷିତ ତାଙ୍କ ମାଙ୍କ ନିକଟରେ ପହଞ୍ଚାଇ ଦେଇଛନ୍ତି। ତେବେ ମଞ୍ଜରୀ ବିହାନ ପ୍ରତି ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିଥିଲେ। ତାକୁ ନ କୋଳେଇ ନିଜଠୁ ଦୂରରେ ରଖି ବିମାନ ବନ୍ଦର ବାହାରକୁ ନେଇଛନ୍ତି।

{"id":275880,"width":578,"height":324,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.