୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କଲେ ୧୧ ଓ ୧୨ବର୍ଷର ଦୁଇ ନାବାଳକ

Published By : Prameya-News7 Bureau | July 05, 2019 IST

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ପାଞ୍ଚ ବର୍ଷ ଜଣେ ନାବାଳିକାଙ୍କୁ ଦୁଇ ନାବାଳକ ମିଶି ଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତ ନାବାଳକଙ୍କ ବୟସ ୧୧ ଓ ୧୨ ବର୍ଷ।  ଦୁଷ୍କର୍ମରେ ଶିକାର ହୋଇଥିବା ପାଞ୍ଚବର୍ଷ ନାବଳିକା  ଓ ଅଭିଯୁକ୍ତ ନାବାଳକମାନେ ଦିଲ୍ଲୀ ନିକଟସ୍ଥ କପାସେରା ଗାଁରେ ରହୁଥିଲେ।

 ସୂଚନାନୁଯାୟୀ, ସୋମବାର ରାତିରେ ଏକ ପାର୍କରେ ନାବାଳିକା ଜଣଙ୍କ ଖେଳୁଥିବା ସମୟରେ ସେହି ଅଞ୍ଚଳର ଦୁଇ ନାବାଳକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ନାବାଳିକା ଏଥିରେ କ୍ଷତାକ୍ତ ହୋଇଥିଲେ ଓ ସେ ଚିତ୍କାର କରି କାନ୍ଦୁଥିଲେ ।  କିଛି ସମୟ ପରେ ନାବାଳିକାଙ୍କ ମାଆ ପାର୍କରେ ପହଞ୍ଚିଥିଲେ। ଝିଅର ଏହଭଳି ଅବସ୍ଥା ଦେଖି ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ଏହି ଘଟଣାରେ ଭାରତୀୟ ଦଣ୍ଡ ବିଧିଅନୁଯାୟୀ, ଅଭିଯୁକ୍ତ ଦୁଇ ନାବାଳକଙ୍କୁ କିଶୋର ସୁଧାର ଗୃହକୁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.