Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

୫ବର୍ଷ ଶିଶୁ ପୁତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ

24/11/2019 at 9:09 AM

କଟକ ୨୪/୧୧: ୫ବର୍ଷ ଶିଶୁ ପୁତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି।ଏଭଳି ଅଭାଭନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅଂଚଳର ମାଛୁଆତି ଗ୍ରାମରେ। ଶିଶୁ ପୁତ୍ର ଜଣକ ହେଲେ ମାଛୁଆତି ଗ୍ରାମରେ ଭଡା ଘରେ ରହୁଥିବା ପ୍ରଫୁଲ୍ଲ ବେହେରା ଓ ମମତା ବେହେରାଙ୍କ ୫ବର୍ଷ ର ଶିଶୁ ପୁତ୍ର ଭାସ୍କର ବେହେରା।

ସ୍ଵାମୀ ପ୍ରଫୁଲ୍ଲ ସୁଦୁର ରାଉରକେଲାରେ ରହୁଥିବା ବେଳେ ସ୍ତ୍ରୀ ମମତା ସାଲେପୁର ମାଛୁଆତି ଗ୍ରାମରେ ଭଡା ଘରେ ରହୁଥିଲେ।  ଗତ କାଲି ରାତିରେ ମୃତ୍ୟୁ ଖବର ଶୁଣି ଗାଁ ଲୋକେ ମମତା ଙ୍କ ଘରେ ରୁଣ୍ଡ ହୋଇଥିଲେ। ମୃତ୍ୟୁ ର କାରଣ ସମ୍ପର୍କରେ ଲୋକେ ପଚାରିବାରୁ ମମତା ସନ୍ତୋଷ ଜନକ ଉତ୍ତର ନ ଦେଇ ଖଟରୁ ପଡି ମୃତ୍ୟୁ ବରଣ କରିଥିବା କହିବାରୁ ଲୋକ ମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ଲୋକମାନେ ଘର ଭିତରକୁ ପଶି ଯିବାରୁ ଘରେ ଅନ୍ୟ ଜଣେ ଯୁବକ ଲୁଚି ଥିବାର ଦେଖିବାକୁ ମିଳିଥିଲା।

ଲୋକମାନେ ଘରର ମୁଖ୍ୟ ଫାଟକରେ ତାଲା ପକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ସାଲେପୁର ଥାନାରେ ୨୪/୧୯ ଅନୁସାରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର  ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।

   Related Posts