ଗାଧୋଇବା ବେଳେ ବୁଡିଗଲେ ୫ ଯୁବକ : ଜଣେ ମୃତ, ୨ ନିଖୋଜ, ୨ ଉଦ୍ଧାର

Published By : Prameya-News7 Bureau | November 16, 2020 IST

ନୀଳଗିରି ୧୬।୧୧: ବାଲେଶ୍ବର ଜିଲ୍ଲା କାଠସଙ୍ଗଡା ନଦୀରେ ଗାଧୋଇବା ବେଳେ ଅଘଟଣ । ଗାଧୋଇବା ବେଳେ ବୁଡିଗଲେ ୫ ଯୁବକ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ୨ ଜଣ ଏବେବି ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ନୀଳଗିରି ଅଞ୍ଚଳରୁ ୫ ଜଣ ଯୁବକ କାଠସଙ୍ଗଡା ନଦୀକୁ ଗାଧୋଇବାକୁ ଯାଇଥିଲେ । ତ୍ରିବେଣୀଘାଟରେ ଗାଧୋଇବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡିଯାଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ରେମୁଣା ଅଞ୍ଚଳରେ ଥିବା ତ୍ରିବେଣୀ କାଠ ସଂଗଡ଼ା ନଦୀରେ ବୁଡି ଯାଇଛନ୍ତି। ଦୁଇ ଜଣ ନିଖୋଜ ଥିବା ବେଳେ ଜଣେ ମୃତ। ମୃତକ ହେଲେ ସଚିନ୍ଦ୍ର ପତିଙ୍କ ପୁଅ ଅଙ୍କିତ, ଯେଉଁ ନିଖୋଜ ଅଛନ୍ତି ସେମାନେ ହେଲେ କଦମସାହି ଅଞ୍ଚଳର ବିଜୁ ନାୟକଙ୍କ ପୁଅ ପିୟୁସ ଏବଂ ମିରିଗିଣୀ ଅଞ୍ଚଳର ମୁକ୍ତିକାନ୍ତ ମିଶ୍ରଙ୍କ ପୁଅ ମୃତ୍ୟୁଞ୍ଜୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.