Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||

ଏହି ୫ଟି ଯୋଗାସନ ସ୍ୱାସ୍ଥ୍ୟ ଓ ସମ୍ପର୍କରେ ଆଣିଦେବ ପରିବର୍ତ୍ତନ….

7/09/2019 at 5:23 PM

ଯୋଗ ଶରୀର ପାଇଁ ଅନେକ ଉପାଦେୟ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । କେବଳ ସେତିକ ନୁହେଁ ଡାଇବେଟିସ୍‌, ହାର୍ଟ ଆଟାକା , ବ୍ରେନ୍‌ ଷ୍ଟ୍ରୋକର ଆଶଙ୍କାକୁ ଅନେକ ପରିମାଣରେ କମ୍‌ କରିଥାଏ । ଦିନରେ (ସକାଳ କିମ୍ବା ସନ୍ଧ୍ୟା ବେଳେ) ଅଳ୍ପ ସମୟ ଯୋଗାସନ କଲେ ଶରୀରକୁ ଅନେକ ପରିମାଣରେ ଫାଇଦା ମିଳିଥାଏ । ପ୍ରତିଦିନ ଯୋଗ କଲେ ଶରୀରରୁ ଥକାପଣ ଦୂର କରିବା ସହ କୋର୍ଟିସୋଲ୍‌ ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏହା ଶରୀରକୁ ଅନେକ ନକରାତ୍ମକ ପ୍ରଭାବରୁ ରକ୍ଷା କରିଥାଏ ।

ଅନେକ ସମୟରେ ବିଭିନ୍ନ ରୋଗର ପ୍ରଭାବ ,ବୟସ ଯୋଗୁଁ କିମ୍ବା ହରମୋନ୍‌ ଅସନ୍ତୁଳନ ଯୋଗୁଁ ସ୍ୱାସ୍ଥ୍ୟ ହ୍ରାସ ପାଏ । ନିମ୍ନ ବର୍ଣ୍ଣିତ ଯୋଗ କଲେ ଶରୀରରେ ହରମୋନ୍ ସ୍ତର ନିୟନ୍ତ୍ରୀତ ହୋଇଥାଏ ।
ଆମେରିକାରେ ଯୋଗକୁ ନେଇ ଅନେକ ପ୍ରକାରର ଗବେଷଣା କରାଯାଇଛି । ନିକଟରେ ୪୦ ଜଣ ମହିଳାଙ୍କ ଉପରେ ଏହାକୁ ନେଇ ଏକ ସର୍ବେକ୍ଷଣ କରାଯାଇଥଲା ।୧୨ ସପ୍ତାହ କାଳ ସେମାନଙ୍କୁ ଯୋଗ କରିବା ପାଇଁ କୁହାଯାଇଥିଲା ଏଥିରେ ମହିଳାମାନଙ୍କର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହେବା ସହ ଉନ୍ନତି ପରିଲକ୍ଷିତ ହୋଇଥିଲା । କେହଳ ମହିଳା ନୁହଁ ପୁରୁଷଙ୍କ କ୍ଷେତ୍ରରେ ଏହା ଲାଭଦାୟକ ବି ହୋଇଥିଲା । ସେମାନଙ୍କର ଶରୀରରେ ପୁର୍ତ୍ତି ଆସିଥିଲା । ଯୋଗ ପ୍ରଶିକ୍ଷକଙ୍କ ଠାରୁ ତାଲିମ ନେବା ପରେ ଏହି ଯୋଗାସନ କରିବା ଭଲ ।

ସମସ୍ତ ଯୋଗାସନର ଭିଡିଓ ନିମ୍ନରେ ଦିଆଯାଇଛି-
ମାର୍ଜାରସନ-
ମାର୍ଜାରସନର ଅନେକ ଫାଇଦା ଅଛି ।ଏହା ମେରୁଦଣ୍ଡ ସହ ଶରୀରର ବିଭିନ୍ନ ଅଂଶକୁ ଆରମ ଦେଇଥାଏ । ଏଥିରେ ଥିବା ବିଭିନ୍ନ ସ୍ନାୟୁକୁ ବି ସଞ୍ଚାଳିତ କରିଥାଏ । ଏହା ଶରୀରର ସମସ୍ତ ଥକା ପଣ ଦୂର କରିଥାଏ ।

ସେତୁ ବନ୍ଧ ଆସନ-
ଏହା କରିବା ଦ୍ୱାର ଅଣ୍ଟାର ତଳ ଅଂଶକୁ ଶକ୍ତି ପ୍ରଦାନ କରିଥାଏ ।ଏଠାରେ ଥିବା ମାଂସପେଶୀକୁ ସଞ୍ଚାଳିତ କରିଥାଏ । ଯନ୍ତ୍ରଣା ହେଉଥିଲେ ଏହା ଉପଶମ ପ୍ରଦାନ କରିଥାଏ ।

ଆନନ୍ଦ ବାଳାସନ –
ଏହା ଶରୀର ପାଇଁ ଅତି ଲାଭ ଦାୟକ । ଶରୀରରୁ ଥକାପଣକୁ ସମ୍ପୂର୍ଣ୍ଣ ଭାବେ ଦୂର କରେ । ଏହାକୁ କୌଣସି ଶେଯ କିମ୍ବା କୋମଳ ସ୍ଥାନରେ କରିବା ଉଚିତ୍‌ । ଏହା ୟ ସମ୍ପର୍କକୁ ଆହୁରି ସୁଦୃଢ କରିଥାଏ ।


ଏକ ପାଦ ରାଜକପୋତାସନ –
କପୋତତ ବା ପାରାର ବିଭିନ୍ନ ପ୍ରକାର ଅବସ୍ଥା ରହିଛି । ଅନେକ ସମୟରେ ଏହା ଗୋଟିଏ ଗୋଡରେ ବସିଥାଏ ।କପୋତର ଏପରି ଅବସ୍ଥାକୁ ନେଇ ଏକ ଯୋଗ ରହିଛି ।ଏହାକୁ ଏକ ପଦ ରାଜକପୋତାସନ କୁହାଯାଏ। ଏହା ଶରୀରକୁ ସକ୍ରିୟ କରେ ।


ବାଳାସନ –
ଏହାକୁ ବାଳାସନ ବା ଶିଶୁର ଯେପରି ଅବସ୍ଥାଥାଏ ସେହି ଆସନ .ଏହାକୁ କଲେ deep relaxation ଅତି ଆରାମ ମିଳିଥାଏ ।ଏହା କରିବା ସମରେ ଆପଣ ଆରମ ଓ ଶ୍ୱାସକ୍ରିୟା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ

ଏହି ସମସ୍ତ ଯୋଗାସନ ଶରୀରକୁ ଅନେକ ପ୍ରକାର ଫାଇଦା ଦେଇଥାଏ ।

ଭିଡିଓ ସୌଜନ୍ତା- ୟୁଟ୍ୟୁବ

   Related Posts