Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

ବାପାଙ୍କ ପାଖରେ ଶୋଇଥିବା ୫ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା

8/06/2019 at 10:45 AM

ଉଜ୍ଜୈନ ୮/୬: ଧାର୍ମିକ ନଗରୀ ଉଜ୍ଜୈନରେ ୫ବର୍ଷର ନିରୀହ ଝିଅକୁ ଅପହରଣ ପରେ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ସମାନାକୁ ଆସିଛି। ଏହି ଘଟଣା ଘଟିଛି ଲାଲପୁତ-ଭୁଖୀମାତା ରାସ୍ତା କଡ଼ରେ ଇଟାଭାଟିରେ କାମ କରୁଥିବା ଶ୍ରମିକ ଦମ୍ପତ୍ତିଙ୍କ ଝିଅ ସହ।

ପୀଡ଼ିତା ଶିଶୁଙ୍କ ବାପାଙ୍କ କହିବା ଅନୁସାରେ ଗୁରୁବାର ରାତିରେ ପୀଡ଼ିତା ଶିଶୁ ପରିବାର ଲୋକଙ୍କ ସହ ଶୋଇଥିଲେ। ରାତି ପାଖାପାଖି ୨ଟା ବେଳେ ତାଙ୍କ ଆଖି ଖୋଲିବାରୁ ତାଙ୍କ ଝିଅ ଗାୟବ ଥିଲେ। ରାତିସାରା ଖୋଜିବା ପରେ ସକାଳ୫ଟା ବେଳେ ସେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ୍ ଅଜଣା ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଶିଶୁକୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଶୁକ୍ରବାର ଦ୍ବିପ୍ରହର ଶିଶୁର ଶବ ଲାଲପୁତ ପାଖରେ ଶିପ୍ରା ନଦୀରୁ ମିଳିଥିଲା।

ଶିଶୁର ଶରୀରରେ କପଡ଼ା ନଥିଲା ଏବଂ ମୁଣ୍ଡରେ ଗୁରୁତର ଆଘାତର ଚିହ୍ନ ଥିଲା। ସନ୍ଧ୍ୟାରେ ଶବର ପୋଷ୍ଟମର୍ଟମ ହୋଇଥିଲା। ଏହାର ରିପୋର୍ଟ ଏବେ ଯାଏଁ ଆସିନାହିଁ। କିନ୍ତୁ ଡାକ୍ତର କହିବାନୁସାରେ ଶିଶୁଟିକୁ ଦୁଷ୍କର୍ମ କରାଯାଇଛି। ବର୍ତ୍ତମାନ ପୋଲିସ୍ ଇଟାଭାଟିରେ କାମ କରୁଥିବା ଲୋକଙ୍କ ସହ ପଚରାଉଚୁରା କରୁଛି ଯାହା ଦ୍ବାରା ଅଭିଯୁକ୍ତଙ୍କ ସୂଚନା ମିଳିପାରିବ।

ଶିଶୁର ଶବ ମିଳିଥିବା ସ୍ଥାନରେ ରକ୍ତ ଲାଗିଥିବା ଇଟା ମଧ୍ୟ ଦେଖିବାକୁ ମିଳିଛି। ଏହି ଇଟାରେ ଦୁର୍ବୃତ୍ତ ଜଣକ ଝିଅର ମୁଣ୍ଡରେ ଆଘାତ କରିଛି। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତି ଜଣକ କେହି ପରିଚିତ ବ୍ୟକ୍ତି ବୋଲଇ କୁହାଯାଉଛି। କାରଣ ଶିଶୁ ତାକୁ ଚିହ୍ନିଥିବା କାରଣରୁ ସେ ଶିଶୁକୁ ହତ୍ୟା କରିଛି।

   Related Posts