ପଥର ଖୋଲରେ ଲାଖିଯାଇଛି ୫ ବର୍ଷ ଶିଶୁର ଗୋଡ, ବାହାରିପାରୁନି ସେ : ଉଦ୍ଧାର ପାଇଁ ଲାଗିଛି ଓଡ୍ରାଫ୍

Published By : Prameya-News7 Bureau | September 02, 2020 IST

ବୌଦ୍ଧ ୨।୯: ପଥର ଖୋଲରେ ଫସି ରହିଛି ୫ ବର୍ଷର ଶିଶୁ । ଉଦ୍ଧାର ପାଇଁ ଓଡ୍ରାଫ ଟିମ୍ ଉଦ୍ୟମ ଜାରି ରଖିଛି । ଏପର୍ଯ୍ୟନ୍ତ ଶିଶୁକୁ ପାଣିରୁ ଉଦ୍ଧାର କରାଯାଇପାରିନାହିଁ ।

{"id":323871,"sizeSlug":"large"}

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ବୁରୁବୁଡା ଗ୍ରାମରେ ପାଣିର ପଥର ସନ୍ଧିରେ ଫସିରହିଛି ୫ ବର୍ଷର ଶିଶୁ । ଓଡ୍ରାଫ ଟିମ୍ ଦୀର୍ଘ ଦୁଇ ଘଣ୍ଟା ଧରି ଅପରେସନ ପରେ ମଧ୍ୟ ଶିଶୁଟି ଉଦ୍ଧାର ହୋଇ ପାରିନି । ବୁଧବାର ସକାଳୁ ଗ୍ରାମର ସାଙ୍ଗମାନଙ୍କ ସହ ଶିଶୁଟି ଗାଧୋଇବାକୁ ଯାଇଥିଲା ।

{"id":323873,"sizeSlug":"large"}

ଗାଧୋଇବା ସମୟରେ କୌଣସି କାରଣ ବଶତଃ ପଥର ସନ୍ଧିରେ ଶିଶୁର ଗୋଡ ଫସି ଯାଇଥିଲା । ଏହାଦେଖି ସାଙ୍ଗମାନେ ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ । ପରେ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଦୀର୍ଘ ୩ ଘଣ୍ଟା ପରେ ଶିଶୁଟି ଉଦ୍ଧାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.