ରାତିରେ ଶୋଇଥିବା ବେଳେ କାମୁଡି ଦେଲା ସାପ, ଚାଲିଗଲା ୫ ବର୍ଷ ଶିଶୁର ଜୀବନ

Published By : Prameya-News7 Bureau | September 22, 2020 IST

ଆନନ୍ଦପୁର ୨୨।୯: ରାତିରେ ଶୋଇଥିବା ବେଳେ କାମୁଡି ଦେଲା ସାପ । ଚାଲିଗଲା ୫ ବର୍ଷ ଶିଶୁର ଜୀବନ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କନ୍ତୋ ନୂଆପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ର୍ସପାଘାତ ଯୋଗୁଁ ୫ବର୍ଷ ଶିଶୁର ମୃତ୍ୟୁ ହୋଇଛି । ରାତିରେ ଶୋଇଥିବା ସମୟରେ ସାପ କାମୁଡିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଗତକାଲି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ହୁଲା ଗ୍ରାମରେ ଜଣେ ମହିଳା ସାପ କାମୁଡାରେ ପ୍ରାଣ ହରାଇଥିଲେ । ମୃତ ମହିଳା ହେଲେ ଚମ୍ପା ସାହୁ । ରବିବାର ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷଧର ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.