ଅର୍ଦ୍ଧନିର୍ମିତ ପାଇଖାନା ଟାଙ୍କିରେ ପଡି ୫ବର୍ଷ ଶିଶୁର ମୃତ୍ୟୁ

Published By : Prameya-News7 Bureau | November 10, 2019 IST

ରାଉରକେଲା ୧୦।୧୧: ପାଇଖାନା ଟାଙ୍କିରେ ବୁଡି ୫ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ମୃତ ଶିଶୁ ରାଉରକେଲା ପାନପୋଷ ଖରିଆବାହାଲ ବସ୍ତିର ଦିଲ୍ଲୀପ ସାହୁଙ୍କ ୫ବର୍ଷର ପୁତ୍ର ଅନିସ ସାହୁ ।

{"id":181969}

ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନରେ ବସ୍ତିରେ ଅନ୍ୟ ପିଲାଙ୍କ ସହ ଅନିସ ଖେଳୁଥିବା ସମୟରେ ବସ୍ତିରେ ଥିବା ପରିତ୍ୟକ୍ତ ଅର୍ଦ୍ଧନିର୍ମିତ ଖୋଲା ପାଇଖାନା ଟାଙ୍କିରେ  ପଡି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘର ମାଲିକ ସେକ୍ ଅନସାରୀ ୫ରୁ ୬ବର୍ଷ ହେଲା ଘର ନିର୍ମାଣ ଅଧା ପନ୍ତରିଆ ଭାବରେ ରଖିଥିବା ବେଳେ ପାଇଖାନା ଟାଙ୍କି ମଧ୍ୟ ଅଧପନ୍ତରିଆ ଭାବରେ ରଖିଥିଲେ । ଯାହା ଫଳରେ ସେଥିରେ ପଡି ଶିଶୁଟିର ଜୀବନ ଚାଲିଗଲା ।

{"id":181970}

ତୁରନ୍ତ ବସ୍ତିବାସୀ ଶିଶୁପୁତ୍ରକୁ ପାଇଖାନା ଟାଙ୍କିରୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସର ଉପସ୍ଥିତିରେ  ଶିଶୁପୁତ୍ରର ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ  ହସ୍ତାନ୍ତର କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.