Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଦନ୍ତା ଭାଙ୍ଗିଲା ଘର କାନ୍ଥ : ଅଳ୍ପକେ ବର୍ତ୍ତିଲେ ପରିବାରର ୫ ସଦସ୍ୟ, ୫ ବର୍ଷର ଶିଶୁ ଗୁରୁତର

9/11/2020 at 1:37 PM

ତେଲକୋଇ ୯।୧୧: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅନ୍ତର୍ଗତ ଖୁଣ୍ଟାପଡା ଗାଁ ଲାଠିଗୁଡା ସାହିରେ ଗୋଠଛଡା ଦନ୍ତାହାତୀ ପଶି ଉପଦ୍ରବ କରିଛନ୍ତି । ରବିବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଅରୁଣ ମୁଖୀଙ୍କ ଘରକୁ ଭାଙ୍ଗିଦେଇଥିଲା । ଘରର କାନ୍ଥ ପାଖରେ ଶୋଇଥିବା ପରିବାରର ୫ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ପାଞ୍ଚ ବର୍ଷର ଶିଶୁକନ୍ୟାର ଗୋଡରେ କାନ୍ଥ ପଡି ଗୁରୁତର ହୋଇଥିବା ଜଣାପଡିଛି । ଶିଶୁଟିକୁ ତେଲକୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

   Related Posts