୫ ବର୍ଷ ଝିଅର ଏହି ଲୁକ୍ ଦେଖି ଦିୱାନା ହେଲେ ଲୋକେ…

Published By : Prameya-News7 Bureau | October 25, 2019 IST

ଇସ୍ରାଇଲର ଜଣେ ୫ବର୍ଷର ଝିଅ ନିଜ ଲୁକ୍‌ ପାଇଁ ଇଣ୍ଟରନେଟ ସେଂସେଶନ୍‌ ହୋଇଛନ୍ତି। ଲୋକପ୍ରିୟ ବ୍ରିଟିସ ଫ୍ୟାସନ ମାଗାଜିନ ଭୋଗ୍‌ ୱେବସାଇଟ୍‌ରେ ମଧ୍ୟ ତାଙ୍କ ଫଟୋ ଆସିସାରିଛି। ମାଆ ବାପାଙ୍କ ସହେହି ରାଇଜିଂ ଷ୍ଟାର ଝିଅ ପଛରେ ଅବଶ୍ୟ ଜଣେ ହେଆର ଷ୍ଟାଇଲିଷ୍ଟଙ୍କ ହାତ ରହିଛି ହେଲେ ତାଙ୍କ ଅନ୍ଦାଜ ପାଇଁ ସେ ଏଭଳି ମାଗାଜିନରେ ସ୍ଥାନ ପାଇପାରିଛନ୍ତି।

{"id":174654,"width":580,"height":580}

ସମଗ୍ର ବିଶ୍ବରେ ଏହି ୫ ବର୍ଷର ଝିଅଙ୍କ ଚର୍ଚ୍ଚା ଚାଲିଛି। ଇନ୍‌ଷ୍ଟାଗ୍ରାମରେ ଏହି ନୂଆ ସେଂସେଶନ୍‌ଙ୍କର ୫୦,୦୦୦ ପାଖାପାଖି ଫଲୋଅର୍ସ ହୋଇସାରିଛନ୍ତି। କିଏ ତାଙ୍କର ପ୍ରଶଂସା କରୁଛି ତ କିଏ ଏତେ ଛୋଟ ଝିଅକୁ ନେଇ ସୋସିଆଲ ମିଡିଆରେ ଏକ୍ସପେରିମେଣ୍ଟ କରିବା ପାଇଁ ତାଙ୍କ ମାଆ ବାପାଙ୍କୁ ଗାଳି ମଦ୍ୟ ଦେଇଛନ୍ତି।

{"id":174657,"width":599,"height":508}

ଏହି କୁନି ଝିଅଙ୍କ ନାଁ ହେଉଛି ମିୟା ଅଫଲାଲୋ।  ମିୟାଙ୍କ ମଡେଲିଂ ଫଟୋ ସମଗ୍ର ଦୁନିଆକୁ ଦିୱାନା କରିଛି। ଲୋକେ ମିୟାଙ୍କ ହଳଦିଆ ଆଖି ଓ ଘନ କେଶର ପ୍ରଶଂସା କରୁଛନ୍ତି। ମିୟାଙ୍କ ଇନ୍‌ଷ୍ଟାଗ୍ରାମ ପେଜରେ ତାଙ୍କର ମଡେଲିଂର ଅନେକ ଫଟୋ ରହିଛି।

{"id":174659,"width":576,"height":576}

ସବୁ ଫଟୋରେ ମିୟାଙ୍କର ଅଲଗା ଅଲଗା ଲୁକ ଦେଖିବାକୁ ମିଳିଛି। ତାଙ୍କ ଲୁକ ଦେଖିବା ପାଇଁ ଅନେକ ଫଲୋଅର୍ସ ତାଙ୍କୁ ଇନ୍‌ଷ୍ଟା ଫଲୋ କରିଛନ୍ତି। ଇସ୍ରାଇଲର ହେୟାର ଷ୍ଟାଇଲିଷ୍ଟ ସଗୀ ଦହାରୀ ମିୟାଙ୍କ ହେୟାର ଷ୍ଟାଇଲ କରନ୍ତି।

{"id":174660}

ସଗୀଙ୍କ କହିବା ଅନୁସାରେ ମିୟାଙ୍କ ସହ କାମ କରିବା ବହୁତ ସହଜ ଓ ତାଙ୍କୁ  ସଜେଇବା ବହୁତ ଭଲ ଲାଗେ। କାରଣ ମିୟା କେବେ କୋଣସି ଅଭିଯୋଗ ବା ଆପତ୍ତି କରନ୍ତି ନାହିଁ। ଯାହା କଲେ ମଧ୍ୟ ସେ ଖୁସି ହୁଅନ୍ତି।

{"id":174663,"width":578,"height":666}

ଏହା ସହ କେଶ ଷ୍ଟାଇଲ କରିବାକୁ ସମୟ ଲାଗେ । ସେତେବେଳେ ମଧ୍ୟ ସେ କିଛି କୁହନ୍ତି ନାହିଁ  । ବରଂ ଧର୍ଯ୍ୟର ସହ ବସନ୍ତି। ଖାଲି ମଝିରେ ମଝିରେ ସ୍ମାଇଲ କରନ୍ତି।

{"id":174664}

ହେୟାର ଷ୍ଟାଇଲିଷ୍ଟ ମିୟାଙ୍କ ଫଟୋ ଇନ୍‌ଷ୍ଟାରେ ସେୟାର କରି ତାଙ୍କ ତୁଳନା ଆମେରିକାନ ଗାୟିକା ଜେନିଫର ଲୋପେଜଙ୍କ ସହ କରିଛନ୍ତି। ଏହି ଫଟୋରେ ମିୟା କେଶରେ ପୋନିଟେଲ କରି ହାତରେ ଡ୍ରିଙ୍କ ନେଇ ପୋଜ ଦେଇଛନ୍ତି।

wp:heading {"level":1}



/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.