ମା'କୁ ଖୋଜି ଖୋଜି ୧୨ ମହଲା ଉପରୁ ତଳକୁ ପଡିଗଲା ୫ ବର୍ଷର ଶିଶୁ

Published By : Prameya-News7 Bureau | April 27, 2019 IST

ଗଜିଅବାଦ ୨୭/୪ : ବେଳେବେଳେ ସାମାନ୍ୟ ଦାୟିତ୍ବହୀନତା ଯୋଗୁଁ ବଡ ମୂଲ୍ୟ ଦେବାକୁ ପଡିଥାଏ | ଏହିଭଳି ଏକ ଘଟଣା ଘଟିଛି ଗଜିଆବାଦରେ | ୫ ବର୍ଷର ନନ୍ଦିକାକୁ ଘରେ ଛାଡି ବଡ ଝିଅକୁ ଆଣିବାକୁ ମା ଚାଲିଗଲେ | ଘରକୁ ଫେରିଲାବେଳେ ନନ୍ଦିକା ଆଉ ନଥିଲେ | ମା'କୁ ମିଳିଲା ନନ୍ଦିକାର ରକର୍ତ୍ତା ଜୁଡୁବୁଡୁ ମୃତଦେହ | ସନ୍ଧ୍ୟା ୫ଟା ବେଳେ ନନ୍ଦିକାଙ୍କ ମା' ଶିଖା ବଡ ଝିଅକୁ ଡ୍ୟାନ୍ସ କ୍ଲାସରୁ ନେବା ପାଇଁ ଯାଇଥିଲେ | ସେ ବାଲକନିର କବାଟ ବନ୍ଦ କରିଦେଇ ଯାଇଥିଲେ | କାରଣ ସେ ଆଶଙ୍କା କରିଥିଲେ ଯେ, ନନ୍ଦିକା ଯଦି ନିଦରୁ ଉଠିପଡିବ ତାହେଲେ ମା'କୁ ଖୋଜିବାକୁ ବାଲକନିକୁ ହିଁ ଯିବ |

{"id":108010}


ସେ ଘର ଟିଭିରେ କାର୍ଟୁନ ଚାନେଲ ମଧ୍ୟ ଲଗାଇ ଦେଇଥିଲେ | ଯଦି ନନ୍ଦିକା ଉଠିଯାଏ ତାହେଲେ ଟିଭି ଦେଖିବ | ମା ଯିବାପରେ ନନ୍ଦିକା ଉଠିଯାଇଥିଲା | ମା'କୁ ଖୋଜିଖୋଜି ଶିଶୁଟି ରୋଷେଇ ଘର କବାଟ ଖୋଲିଥିଲା | କିନ୍ତୁ ତଳକୁ ଦେଖିପାରିନଥିଲା | ମା ଦେଖିବ ବୋଲି ସେ ବୈଠକ ଘରୁ ଏକ ଚେୟାର ଆଣି ତାଉପରେ ଚଢ଼ିଥିଲା | ତଥାପି ସେ ମା କୁ ଦେଖିପାରିନଥିଲା | ଏହାପରେ ଏକ ପ୍ଲାଷ୍ଟିକ ସ୍ଟୁଲ ପକାଇ ତାଉପରେ ଛିଡା ହୋଇଥିଲା | ତଳକୁ ଦେଖିଲାଦେଳକୁ ଶିଶୁଟି ତଳେ ପଡିଯାଇଥିଲା | ପ୍ରଥମ ମହଲାରେ ଥିବା ଏକ ଲୁହା ଗ୍ରିଲରେ ପଡିଯାଇଥିଲା ନନ୍ଦିକା | ଗ୍ରିଲରୁ ପଡି ସେ ରାସ୍ତାରେ ଛିଡା ହୋଇଥିବା ଏକ ସ୍କୁଟି ଉପରେ ପଡିଥିଲା | ଶିଶୁର ପେଟରେ ଏକ ଲୁହା ରଡ଼ ଭୁସି ହୋଇଯିବାରୁ ତାର ମୃତ୍ୟୁ ହୋଇଥିଲା |

{"id":108011}


ନନ୍ଦିକାଙ୍କ ମୃତ୍ୟୁ ପରେ ପୁରା ପରିବାରରେ ଶୋକର ଛାୟା ଖେଳି ଯାଇଛି | ନନ୍ଦିକାଙ୍କ ବାପା ପୁରା ଉଦାସ ହୋଇପଡିଛନ୍ତି | ମା' ଅବସ୍ଥା କାନ୍ଦିକାନ୍ଦି ଖରାପ ହୋଇଗଲାଣି | ଟିକିଏ ଅସାବଧାନତା ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟିଗଲା | ସୋସାଇଟିରେ ରହୁଥିବା ଅନ୍ୟ ଲୋକମାନେ ନନ୍ଦିକାର ମୃତ୍ୟୁ ପାଇଁ ବିଲଡରକୁ ମଧ୍ୟ ଦୋଷ ଦେଇଛନ୍ତି | ବିଲଡର ସୋସାଇଟିରେ ମାତ୍ର ୩ ଫୁଟ ଉଚ୍ଚର ଗ୍ରିଲ ଲଗାଇଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି | ବିଲଡର ୪ ରୁ ୫ ଫୁଟ ଉଚ୍ଚର ଗ୍ରିଲ ଲଗାଇବା ଉଚିତ ବୋଲି କହିଛନ୍ତି ଲୋକେ |

{"id":108012}


ସୋସାଇଟି ଲୋକେ କହିଛନ୍ତି ଯେ, ଗତ ୨ ବର୍ଷ ମଧ୍ୟରେ ଛାତରୁ ପଡି ପାଖାପାଖି ୧୦୦ ଜଣଙ୍କ ମୃତ୍ୟୁ ହୋଇଛି |

{"id":108013}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.