Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ବିମାନରେ ଦିଲ୍ଲୀରୁ ବେଙ୍ଗାଲୁରୁ ଏକା ଆସିଲେ ୫ ବର୍ଷର ଶିଶୁ : ପୁଅକୁ ୨ ମାସ ପରେ ଦେଖି କାନ୍ଦି ପକାଇଲେ ମା’

25/05/2020 at 2:06 PM

ନୂଆଦିଲ୍ଲୀ ୨୫/୦୫ : କରୋନା ସଂକ୍ରମଣ ଯୋଗୁ ଗତ ଦୁଇ ମାସ ହେଲା ଦେଶରେ ଲକ ଡାଉନ ଜାରି ରହିଛି | ଫଳରେ ଦେଶରେ ବିମାନ ସେବା ମଧ୍ୟ ଦୁଇ ମାସ ହେଲା ବନ୍ଦ ରହିଛି | ଲକଡାଉନ ଯୋଗୁଁ ଲୋକଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଥିଲା | ଦୁଇ ମାସ ପରେ ମେ ୨୫ ତାରିଖ, ସୋମବାର ଠାରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି |

ସୋମବାର ଦିନ ଦିଲ୍ଲୀରୁ ପ୍ରଥମ ବିମାନ ବେଙ୍ଗାଲୁରୁ ପାଇଁ ବାହାରିଥିଲା | ଦିଲ୍ଲୀ ବିମାନବନ୍ଦରର ଦୃଶ୍ୟ ବେଶ ଅଲଗା ପ୍ରକାର ଥିଲା | ବିମାନରେ ଯାତ୍ରୀଙ୍କ ସହ ଏକ ୫ ବର୍ଷର ଶିଶୁ ଥିଲା | ତେବେ ଗୁରୁତ୍ୱପୂର୍ଣ କଥା ହେଲା ଶିଶୁଟି ବିମାନରେ ଏକା ଯାତ୍ରା କରୁଥିଲା | ସାଙ୍ଗରେ ନା ଥିଲେ ବାପା ମା ନା ଥିଲେ ପରିବାର ସଦସ୍ୟ | ଶିଶୁତୀର ନାଁ ହେଲା ବିହାନ ଶର୍ମା | ୩ ମାସ ପୂର୍ବରୁ ସେ ନିଜ ବାପା ମା ସହ ଜେଜେବାପା-ଜେଜେମାଙ୍କ ପାଖକୁ ଦିଲ୍ଲୀ ଯାଇଥିଲା | କିଛି ଦିନ ପରେ ତାଙ୍କ ବାପା-ମା ତାଙ୍କୁ ତାଙ୍କ ଜେଜେବାପା-ଜେଜେମାଙ୍କ ପାଖରେ ଛାଡି ବେଙ୍ଗାଲୁରୁ ଫେରି ଆସିଥିଲେ | ଏହାର କିଛି ଦିନ ପରେ ଲକ ଡାଉନ ହୋଇଯାଇଥିଲା |

ବିହାନଙ୍କ ମା ମଞ୍ଜରୀ ଶର୍ମା କହିଛନ୍ତି ଯେ, ଗତ ୩ ମାସ ହେଲା ତାଙ୍କ ପୁଅ ଦିଲ୍ଲୀରେ ତାଙ୍କ ଶାଶୁ-ଶ୍ୱଶୁରଙ୍କ ପାଖରେ ଥିଲା | ସୋମବାର ଦିନ ବିମାନ ଚଳାଚଳ ଆରମ୍ଭ ହେବା କଥା ଜାଣି ସେ ତୁରନ୍ତ ବିହାନଙ୍କ ଟିକେଟ ବୁକ କରିଥିଲେ | ଏହାପରେ ୫ ବର୍ଷର ଏହି ନିରୀହ ଶିଶୁ ଦିଲ୍ଲୀରୁ ବେଙ୍ଗାଲୁରୁ ଏକା ଆସିଥିଲେ | ପୁଅକୁ ନେବା ପାଇଁ ମଞ୍ଜରୀ ଏୟାରପୋର୍ଟକୁ ଯାଇଥିଲେ | ବିହାନକୁ ବିମାନବନ୍ଦର କର୍ମଚାରୀ ସୁରକ୍ଷିତ ଭାବେ ତାଙ୍କ ମା; ପାଖରେ ପହଞ୍ଚାଇ ଦେଇଥିଲେ | ପୁଅକୁ ଦେଖି ମା ନିଜ କୋହ ସମ୍ଭାଳି ପାରିନଥିଲେ | ଏତେ ଦିନ ପରେ ପୁଅକୁ ଦେଖି ମଞ୍ଜରୀ କାନ୍ଦି ପକାଇଥିଲେ | ତଥାପି ସଚେତନତା ଅବଲମ୍ବନ କରି ସେ ପୁଅକୁ ଆଲିଙ୍ଗନ କରି ପାରିନଥିଲେ |

   Related Posts