ଖେଳୁଥିବା ବେଳେ କୂଅରେ ଖସିପଡି ୫ବର୍ଷର ଶିଶୁ ମୃତ

Published By : Prameya-News7 Bureau | August 20, 2019 IST

ସୁନ୍ଦରଗଡ ୨୦|୮: ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ ଖତକୁରବାହଲ ବାଣ୍ଠୁପଡାରେ ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ୫ବର୍ଷର ଶିଶୁକ ମୃତ୍ୟୁ ହୋଇଛି । ମୃତ ଶିଶୁ ଜୟନ୍ତ ଟପ୍ପୋ ।

ସୂଚନାଯାଗ୍ୟ ଯେ, ଦିନ ପ୍ରାୟ ୧୨ଟା ବେଳେ ଜୟନ୍ତ ଘର ନିକଟରେ ଥିବା କୂଳ ପାଖରେ ଖେଳୁଥିବା ବେଳେ ଅସାବଧାନତା ବଶତଃ କୂଅରେ ଖସିପଡିଥିଲେ । ଖବର ପାଇ ଅଶ୍ନୀଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜୟନ୍ତଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ତାଙ୍କୁ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.