ଲମ୍ବୋର୍ଗିନି କିଣିଦେବାକୁ ମନା କଲେ ମା, କାର କିଣିବାକୁ ଉଟାହରୁ କାର୍ଲିଫର୍ଣ୍ଣିଆ ଡ୍ରାଇଭ୍‌ କରି ଧରାପଡିଲା ବାଳକ

Published By : Prameya-News7 Bureau | May 06, 2020 IST

ଉଟାହ: ସାରା ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଲାଗି ରହିଥିବା ବେଳେ ଏକ ୫ ବର୍ଷ ବୟସ୍କ ବାଳକର ଦୁଃଶାହାସ ସମସ୍ତଙ୍କୁ ଚକିତ କରିଛି। ଲମ୍ବୋର୍ଗିନି କାର କିଣିଦେବାକୁ ପିଲାଟି ଘରେ ଅଝଟ କରୁଥିଲା।  ହେଲେ ଏତେ ଦାମୀ କାର କିଣିବା ସମ୍ଭବ ନୁହେଁ ବୋଲି ମା ସଫା ସଫା ମନା କରି ଦେଇଥିଲେ। ଏଥିରେ ଅସନ୍ତୁଷ୍ଟ ବାଳକ ପକେଟ୍‌ରେ ୩ ଡଲାର ଧରି ମାଙ୍କୁ ନ ଜଣାଇ ତାଙ୍କ କାର ଚଳାଇ କାଲିଫର୍ଣ୍ଣିଆ ଯିବା ରାସ୍ତାରେ ପୋଲିସ ହାତରେ ଧରାପଡିଛି।

{"id":265657,"sizeSlug":"large"}

ଉଟାହ ହାଇୱେ ପାଟ୍ରୋଲ (ୟୁଏଚପି) କାରକୁ ଜବତ କରିବା ସହ ପିଲାକୁ ଅଟକ ରଖିଛି।  ପିଲାଟିର ବୟସ ୫ ବର୍ଷ, ଏଣୁ ତା ବିରୋଧରେ ମୋକଦ୍ଦମା ରୁଜୁ ହୋଇ ପାରିବ କି ନା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯିବା ପରେ ନିଷ୍ପତ୍ତି ହେବ ବୋଲି ପୋଲିସ କହିଛି। ଘଟଣା ସମ୍ପର୍କରେ ପିଲାର ପରିବାରକୁ ସୂଚିତ କରାଯାଇଛି।

{"id":265664,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ୟୁଏଚପି ଟ୍ରୁପର ରିକ୍‌ ମୋର୍ଗାନ ଫ୍ରି ୱେରେ ଦ୍ରୁତବେଗରେ ଯାଉଥିବା ୱେବର କୋକୁ ଦେଖି କେହି ଭିନ୍ନକ୍ଷମ ଚାଳକ ହୁଏତ ଏହାକୁ ଚଳାଉଥାଇପାରେ ବୋଲି ଆଶଙ୍କା କରୁଥିଲୁ। ତେବେ ବେଗକୁ ଦେଖି ପିଛା କରି ଅଟକାଇ କାର ଭିତରୁ ଯାହାକୁ ବାହର କଲୁ ସେ ଏକ ନାବାଳକ ଥିଲା। କୁଆଡେ ଯାଉଛ ବୋଲି ପଚାରିବାରୁ ପିଲାଟି ନିଜ ପାଇଁ ଲମ୍ବୋର୍ଗିନି କିଣିବାକୁ କାଲିଫର୍ଣ୍ଣିଆ ଯାଉଥିବା କହିଥିଲା। ଟ୍ରୁପର ଆଶ୍ଚର୍ଯ୍ୟ ହୋଇତାର ତଲାସୀ ନେବା ବେଳେ  ତା ପକେଟରୁ ୩ ଡଲାର ମିଳିଥିଲା। ଏ ନେଇ ପିଲାଟିର ପରିବାରକୁ ଜଣାଇ ଦିଆଯାଇଥିବା  ୟୁଏଚପି ଲେଫ୍ଟନାଣ୍ଟ ନିକ୍ ଷ୍ଟ୍ରିଟ୍ କହିଛନ୍ତି।

wp:html /wp:html

ପିଲାଟିର ଘର ଉଟାହ ଲିଙ୍କନ ଏଭେନ୍ୟୁର ସେଭିଣ୍ଟିଥ୍ ଷ୍ଟ୍ରିଟ୍‌ରେ ହେଲେ ପିଲାଟି ଏତେବାଟ କାର ଚଳାଇ କିପରି ଫ୍ରି ୱେରେ ପହଞ୍ଚିଲା ତାହା ତଦନ୍ତ ସାପେକ୍ଷା। ୟୁଟିଏଚ୍ ଅନୁସାରେ ହୁଏତ ତାକୁ ବେଆଇନ ଭାବେ କାର ଚାଳନା ଶିଖାଯାଇଛି ଓ ତାକୁ ତାର କେହି ଭାଈ ବା ଭଉଣା ଏଥିଲାଗି ପ୍ରୋତ୍ସାହିତ କରିବା ସହ ରାସ୍ତା କଢାଇଥିବାର ସନ୍ଦେହ କରାଯାଉଛି। ତେବେ ପିଲାଟି କାର ଚଳାଇ ଶିଖି ନଥିବା ତା ଅଭିଭାବକ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.