୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ : ବସଷ୍ଟାଣ୍ଡରେ ଫିଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ

Published By : Prameya-News7 Bureau | July 21, 2019 IST

ଅନୁଗୋଳ ୨୧/୭: ଅନୁଗୋଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ  ହୋଇଛି। ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଫିଙ୍ଗିଦେଇ ଚାଲିଯାଇଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଅନୁଗୋଳ ବସଷ୍ଟାଣ୍ଡରୁ ପୀଡିତା ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

{"id":135839}

ପୀଡିତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ନାବାଳିକାଙ୍କ ସହ କିଏ ଏପରି କରିଛି ତାହା ଜଣାପଡିନି । ନାବାଳିକାଙ୍କ ଘର ଉତ୍ତରପ୍ରଦେଶ କାନପୁର ହୋଇଥିବାବେଳେ ସେ ପରିବାର ସହ ଏଠାରେ ଅନୁଗୋଳ ବସଷ୍ଟାଣ୍ଡ ପାଖରେ ରହୁଥିଲେ ।ଘଟଣାସ୍ଥଳରେ ଅନୁଗୋଳ ପୋଲିସ ପହଞ୍ଚି ଛାନଭିନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.