Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଞ୍ଚ ମହଲା ତଳେ ୨୦ ଘଣ୍ଟା ପୋତି ହୋଇ ଯାଇଥିଲା ୫ ବର୍ଷର ଶିଶୁ, ଜୀବନ୍ତ ଉଦ୍ଧାର କଲେ ଉଦ୍ଧାରକାରୀ

25/08/2020 at 4:16 PM

ମୁମ୍ବାଇ, ୨୫|୦୮:  ରଖେ ହରି ତ ମାରେ କିଏ । ୨୦ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଜୀବିତ ଅବସ୍ଥାରେ ଉଦ୍ଧାର ହେଲା ୫ ବର୍ଷର ଶିଶୁ । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ମହାରାଷ୍ଟ୍ର ରାୟଗଡରେ ୫ ମହଲା କୋଠା ଭୁଶୁଡିବା ପରେ ଭଗ୍ନାବଶେଷ ତଳୁ ଏହି ଶିଶୁଟିକୁ ଉଦ୍ଧାର କରାଯାଇଛି ।

ସୋମବାର ରାୟଗଡରେ ଥିବା ଏହ ୫ ମହଲା କୋଠା ଭୁଶୁଡି ପଡିଥିଲା । ଏହି କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଯାଇଥିଲେ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଭଗ୍ନାବଶେଷ ତଳୁ ୫ ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି । ଏନଡିଆରଏଫର ଡେପୁଟି କମାଣ୍ଡାଣ୍ଟ୍ ଏନେଇ ସୂଚନା ଦେଇଛନ୍ତି । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ମଧ୍ୟ ସୂଚନା ମିଳିଛି ।

ଏନଡିଆରଏଫ ଅଧିକାରୀଙ୍କ କହିବାନୁସାରେ, ଶିଶୁଟି ଏକ କୋଣରେ ଫସି ରହିଥିଲା । ୨ ଜଣ ଯବାନ ଭଗ୍ନାବଶେଷ ଉଠାଇବା ବେଳେ ଶିଶୁଟିକୁ ଠାବ କରାଯାଇଥିଲା । ସଙ୍ଗେସଙ୍ଗେ ତାକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କିପରି ଭୁଶୁଡି ପଡିଥିଲା କୋଠା

ଭୁଶୁଡି ପଡିଥିବା ଘରେ ରହୁଥିବା ସାଗୁଫତା କହିଛନ୍ତି ଯେ, ସୋମବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ତାଙ୍କ ମାଆ ଗ୍ରୋସରୀ ଦୋକାନକୁ ଯାଇଥିଲେ ।ସେ ଫେରିବା ପରେ ସାଗୁଫତା ବାହାରକୁ ଯାଇଥିଲେ । ସେ ମାର୍କେଟରେ କିଣାବିକା କରୁଥିବା ବେଳେ ତାଙ୍କ ନିକଟକୁ ଘର ଭୁଶୁଡି ପଡିଥିବା ଫୋନ୍ ଆସିଥିଲା । ସେ ସଙ୍ଗେସଙ୍ଗେ ପହଁଚିଥିଲେ ଓ ସବୁ କିଛି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ପାଇଥିଲେ । ସେ ନିଜ ମାଆ ଓ ଅନ୍ୟ ପରିବାର ସଦସ୍ୟଙ୍କୁ ଖୋଜିଥିଲେ । ପରେ ତାଙ୍କ ଭଉଣୀ ଚିକିତ୍ସିତ ହେଉଥିବା ସେ ଖବର ପାଇଥିଲେ । ତାଙ୍କ ମାଆ ବିଲେଇକୁ ଧରି ଶିଡିରେ ଓହ୍ଲାଉଥିବା ବେଳେ ବିଲ୍ଡିଂ ଭୁଶୁଡି ପଡିଥିଲା ।

   Related Posts