ଝାରସୁଗୁଡାରେ ୫ ବର୍ଷର ଶିଶୁକୁ କରୋନା

Published By : Prameya-News7 Bureau | May 22, 2020 IST

ଝାରସୁଗୁଡା, ୨୨|୦୫:  ଝାରସୁଗୁଡାରେ ଜଣେ ୫ ବର୍ଷର ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି ।

ଶିଶୁଜଣଙ୍କ ନିଜ ପରିବାର ସହ ଆଗ୍ରାରୁ ଫେରିଥିଲେ । ତେବେ ବାହାର ରାଜ୍ୟରୁ ଆସିଥିବାରୁ ଶିଶୁଟିର ସ୍ୱାବ ପରୀକ୍ଷା କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଛି ।

ରାଜ୍ୟରେ ଥମିବାର ନାଁ ନେଉନି କରୋନା । ଦିନକୁ ଦିନ ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଶୁକ୍ରବାର ରାଜ୍ୟରେ ୫ ବର୍ଷର ଶିଶୁକୁ ମିଶାଇ ଏବେସୁଦ୍ଧା ୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୯୦ ଛୁଇଁଲାଣି ।

ଶୁକ୍ରବାର ଚିହ୍ନଟ ହୋଇଥିବା ୮୭ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୪୬ ଜଣ, କଟକ ଜିଲ୍ଲାରୁ ୧୧ ଜଣ, ନୟାଗଡ ଜିଲ୍ଲାରୁ ୬ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ବାଲେଶ୍ବର ଜିଲ୍ଲାରୁ ୩ ଜଣ, ଭଦ୍ରକ ଜିଲ୍ଲାରୁ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ପୁରୀ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୨ ଜଣ, ଝାରସୁଗୁଡାରୁ ଜଣେ ୫ ବର୍ଷର ଶିଶୁ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.