ପାଞ୍ଚ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ : ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
21/03/2019 at 12:50 PM

କଟକ ୨୧/୩: ପାଞ୍ଚ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନାର ସାନଖଇରା ଗ୍ରାମରେ। ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ କରାଯାଇଛି।ବୁଧବାର ସକାଳ ୮ଟାରେ ସାନଖଇରାର ଜନୈକ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଜଗତପୁର ଥାନା ଅଭିଯୋଗ ହୋଇଛି।
ଏନେଇ ପିଡିତାଙ୍କ ମାମୁଁ ସ୍ବେଚ୍ଛାସେବୀ ସଂଗଠନ ସାଈରାମ ସେବା ସଂଗଠନକୁ ଅବଗତ କଲାପରେ ସଂଗଠନ ସହିତ ମିଶି ପୀଡିତାଙ୍କ ମାମୁଁ ଥାନାରେ ଅଭିଯୋଗ କରିଥିଲେ। ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଜଗତପୁର ଥାନା ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି।
Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021