Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

୫ ମହିଳା ସ୍ବେଚ୍ଛାସେବୀଙ୍କୁ ଦୁଷ୍କର୍ମ : ନା ମାନେ ନା

22/06/2018 at 11:59 AM

ଲୋକଙ୍କୁ ସଚେତନ କରିବାକୁ ଯାଉଥିବା ମହିଳାଙ୍କୁ ଅସଦାଚରଣ ହୋଇଛି … ବନ୍ଧୁକ ମୁନରେ ୫ ମହିଳା ସ୍ବେଛାସେବୀଙ୍କୁ ଦୁଷ୍କର୍ମ କରାଯାଇଛି … ମାନବ ଚାଲାଣ ନିରୋଧୀ ଅଭିଯାନ ଚଳାଇଥିବା ସଂସ୍ଥାର ସ୍ୱେଚ୍ଛାସେବୀଙ୍କୁ ଦିନ ଦିପ୍ରହରରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି … ଘଟଣା ଘଟିଛି ଝାରଖଣ୍ଡ ଖୁଣ୍ଟି ଅଂଚଳରେ … ସଂସ୍ଥାର କିଛି ମହିଳା ସଚେତନ ପାଇଁ ପଥପ୍ରାନ୍ତ ନାଟକ ପରିବେଷଣ କରୁଥିବା ବେଳେ କିଛି ଦୁର୍ବୁର୍ତ୍ତ ଆସି ନାଟକ ବନ୍ଦ କରିବାକୁ ଧମକାଇଥିଲେ … ଜୋର ଜବରଦସ୍ତି ୫ ମହିଳାଙ୍କୁ ଉଠାଇନେଇଥିଲେ ଦୁର୍ବୁର୍ତ୍ତ … ନିକଟରେ ଥିବା ଜଙ୍ଗଲରେ ସେମାନଙ୍କ ସହ ଦୁଷ୍କର୍ମ କରି ଛାଡି ଚାଲିଯାଇଥିଲେ … ସବୁ ଜାଣି ମଧ୍ୟ ଚୁପ ରହିଲେ ସ୍ଥାନୀୟ ଲୋକେ … ଘଟଣା ପରେ ଦୁଷ୍କର୍ମର ଭିଡିଓ ଭାଇରାଲ କରିଥିଲେ ଦୁଷ୍କର୍ମକାରୀ … ସମସ୍ତ ଦୁଷ୍କର୍ମକାରୀ ଘଟଣା ପରେ ଫେରାର ହୋଇଯାଇଛନ୍ତି … ପୋଲିସ ଦୁଷ୍କର୍ମକାରୀଙ୍କୁ ଧରିବାକୁ ନିଜର ପ୍ରୟାସ ଜାରି ରଖିଛି …

   Related Posts