କୋଭିଡ ପ୍ରତିରୋଧକ ଭିଟାମିନ୍ ଡି: ଶରୀରର ବିଭିନ୍ନ ଅଙ୍ଗକୁ ଦେଇଥାଏ ସୁରକ୍ଷା

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ୦୯/୧୦: କୋଭିଡ୍-୧୯ ମହାମାରୀରେ ହସିପିଟାଲରେ ଚିକିତ୍ସିତ ହେଉଥିବା ପ୍ରାୟ ୨୦ ପ୍ରତିଶତ ରୋଗୀଙ୍କ ଠାରେ ଦେଖା ଦିଏ ଆକ୍ୟୁଟ୍ ରେସପିରାଟୋରି ଡିସଟ୍ରେସ ସିଣ୍ଡୋମ (ARDS)। ଯେଉଁଥିପାଇଁ ସେମାନଙ୍କୁ ଆଇସିୟୁରେ ଭର୍ତି କରାଯାଏ। ଏଆରଡିଏସ ଏଭଳି ଏକ ଅବସ୍ଥା ଯେଉଁଠି ଫୁସଫୁସରେ ଲିକୁଇଡ କଲେକ୍ଟ ହୋଇଥାଏ। ଏହା ପୁଣି ସାଇଟୋକାଇନ ନଚେତ ବ୍ରାଡିକିନିନ ଷ୍ଟର୍ମ ସହ ସମ୍ବନ୍ଧ ରହିଥାଏ।

ସାଇଟୋକାଇନ୍ସ ହେଉଛି ଏକ ପ୍ରୋଟିନ୍ ଯାହା କୋଷକୁ ସିଗନାଲ ପ୍ରେରଣ କରେ ଓ ଶରୀରର ସମସ୍ତ ଇମ୍ୟୁନ ସିଷ୍ଟମକୁ କାର୍ଯ୍ୟକାରୀ କରିବା ଦିଗରେ ସାହାଯ୍ୟ କରେ। ସେହିପରି ବ୍ରାଡିକିନନ ଏକ ପ୍ରକାରର ପ୍ରୋଟିନ ଯାହା ଇନଫ୍ଲାମେସନକୁ ପ୍ରମୋଟ୍ କରାଏ। ତେ​‌ବେ ଏ ଦୁଇଟି ସମସ୍ୟା ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଅକାମୀ କରିବା ସହ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ।

ତେବେ ଭିଟାମିନ୍ ଡି ହେଉଛି ଇମ୍ୟୁନମଡ୍ୟୁଲିଟାରି ଏଜେଣ୍ଟ। ଅର୍ଥାତ କୋଭିଡ୍ ୧୯ କ୍ଷେତ୍ରରେ ଏହା ଶରୀରକୁ ସୁରକ୍ଷା ପ୍ରଦାନ କରିବାରେ ପ୍ରଭାବୀ ହୋଇପାରେ। ଏହି ପାଞ୍ଚଟି ତରିକାରେ ଏହା ଶରୀରରକୁ ସାହାଯ୍ୟ କରିପାରେ।

{"id":341105,"sizeSlug":"large"}

- ଇମ୍ୟୁନ ସିଷ୍ଟମ କ୍ଷେତ୍ରରେ ଭିଟାମିନ୍ ଡି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଟି ହେଲପର ସେଲ ଟାଇପ ୧(Th1)ର ବିକାଶ ତଥା ଏହାର କାର୍ଯ୍ୟଦିଗରେ ଭିଟାମିନ ଡି କାମ କରିଥାଏ। ହେଲପର ଟି ହେଉଛି ଏକପ୍ରକାରର ହ୍ବାଇଟ୍ ବ୍ଲଡ୍ ସେଲ। ଯାହାକି ଇମ୍ୟୁନ ସିଷ୍ଟମର ମୁଖ୍ୟ ଉପାଦାନ। ଦୁଇ ପ୍ରକାରର ସାଇକୋଟାଇନ ହେଉଛି ଭିଟାମିନ ଡିର ସକ୍ରିୟ ଫର୍ମ।

- ଭିଟାମିନ୍ ଡି ଭାଇରାଲ ଇନଫେକସନରେ ସକ୍ରିୟ ନ ଥିବା ବେଳେ ସେତେବେଳେ ଏହା ସକ୍ରିୟ ହୋଇଥାନ୍ତି। ତେବେ ଏହା ଆଲିଭୋଲି କୋଷ ମାଧ୍ୟମରେ ସକ୍ରିୟ ହୋଇଥାନ୍ତି। ଏହା କାଥିଲିସିଡିନ୍ ନାମକ ଆଉ ଏକ କମ୍ପାଉଣ୍ଡ ବୃଦ୍ଧି କରାନ୍ତି। ମୂଷାଠାରେ ହୋଇଥିବା ଅଧ୍ୟୟନରୁ ଦେଖା ଯାଇଛି କାଥାଲିସାଇଡିନ୍ସ ଫୁସଫୁସ୍ ସମସ୍ୟା କମ କରେ।

- ମଧୁମେହ ରୋଗୀଙ୍କ ଠାରେ କିଡନୀ ସମସ୍ୟାକୁ କମ୍ କରିଥାଏ ଭିଟାମିନ୍ ଡି। ପ୍ରାଇମେରି ଓ ସେକେଣ୍ଡାରି କିଡନୀ ସମସ୍ୟା ଥିବା ରୋଗୀ ତଥା ମୂଷାଙ୍କ ଠାରେ ଦେଖାଯାଇଛି ଯେ ଏନଜାଇମ ୨ ଏକ୍ସପ୍ରେସନ (ACE2) ବୃଦ୍ଧି ପାଇଥାଏ। ଏହା ହିଁ ଶରୀର ଭିତରକୁ କୋଭିଡ ଭାଇରସ ପ୍ରବେଶ କରିବାକୁ ସୁଯୋଗ ଦିଏ। ଅଧ୍ୟୟନରେ ଦେଖାଯାଇଛି ଭିଟାମିନ୍ ଡି ସପ୍ଲିମେଣ୍ଟ ଏସିଇ୨ ଏକ୍ସପ୍ରେସନ ଓ କିଡନୀ ସମସ୍ୟା କମ୍ କରେ। ଏହା ସହ ଭାଇରସକୁ ଶରୀରର କୋଷକୁ ପ୍ରବେଶ କରିବାକୁ ରୋକିବା ସହ ଡାଏବେଟିସ ଥିବା କିଡନୀ ରୋଗୀଙ୍କୁ ସୁରକ୍ଷା ପ୍ରଦାନ କରେ।

{"id":341107,"sizeSlug":"large"}

- ଆନଜିଓଟେନସିନ ୨ (Ang II) ହେଉଛି ଏକ ନାଚୁରାଲ ହର୍ମୋନ ଯାହା ରକ୍ତଚାପ ବୃଦ୍ଧି କରିଥାଏ। ତେବେ ଏସିଇ୨ Ang II କୁ ନଷ୍ଟ କରିବା ସହ ଏହାର ମାତ୍ରାକୁ ମଧ୍ୟ କମ୍ କରିଥାଏ। Ang IIର ଅତ୍ୟଧିକ ମାତ୍ରା ଏଆରଡିଏସ କାର୍ଡିଆକ ଇନଜୁରିର କାରଣ ହୋଇଥାଏ। ୨୦୧୫ର ଏକ ଅଧ୍ୟୟନରୁ ଦେଖାଯାଇଛି ​‌ଯେ ମୂଷାଙ୍କ ଠାରେ ଭିଟାମିନ୍ ଡି ରେସପିଟର୍ସ ନ ଥାଏ। ତେବେ ଭିଟାମିନ ଡି ଇନଫ୍ଲାମେଟାରି ଆକ୍ଟିଭିଟିକୁ ଦୂର କରିଥାଏ। ଏହା ସହ କୋଭିଡ୍ ରୋଗୀଙ୍କ ଠାରେ ଏଆରଡିଏସ ରିସ୍କ ଓ କାର୍ଡିଆକ ଇନଜୁରିକୁ ରୋକିଥାଏ।

- ଅପରେସନ ପୂର୍ବରୁ ଗୋଟିଏ ଡୋଜ୍ ଓରାଲ ଭିଟାମିନ୍ ଡି ଟ୍ରିଟମେଣ୍ଟ ଏଆରଡିଏସକୁ କମ୍ କରିବା​‌ରେ ସାହାଯ୍ୟ କରେ। ୨୦୧୫ର ଏକ ଅଧ୍ୟୟନରେ ଦେଖାଯାଇଛି ଯେ ଭିଟାମିନ୍ ଡି କୋଷ ଉପରେ ସିଧାସଳଖ ପ୍ରଭାବୀ ହୋଇଥାଏ। ଏଣୁ ଭିଟାମିନ୍ ଡି କୋଭିଡ -୧୯ ଇନଫେକସନ କ୍ଷେତ୍ରରେ ଗୁରୁତ୍ବପୂଣ୍ଣ ଭୂମିକା ଗ୍ରହଣ କରୁଛି। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ଏହାର ଉଚିତ୍ ମାତ୍ରା ଖାଇବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.