କଳାହାଣ୍ଡି ଥୁଆମୂଳ ରାମପୁରର ୫ଟି ଗାଁ କରିବେ ଭୋଟ୍ ବର୍ଜନ

Published By : Prameya-News7 Bureau | March 20, 2019 IST

ଭବାନୀପାଟଣା ୨୦|୩: ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ କଳାହାଣ୍ଡିରେ ମଧ୍ୟ ଭୋଟ ଗ୍ରହଣ ହେବ । ତେବେ ଜିଲ୍ଲାର ଥୁଆମୂଳ-ରାମପୁର ତଳଝାପୀ ପଞ୍ଚାୟତର ୫ଟି ଗାଁର  ୮ ଶହରୁ ଅଧିକ ବାସିନ୍ଦା ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପରିକି  ପ୍ରଚାର ପାଇଁ ଗାଁରେ ନେତାଙ୍କୁ ପୂରାଇ ଦେବେନି ବୋଲି କହିଲେଣି ଲୋକେ । ତେବେ କାହିଁକି ଲୋକେ ତାତିଛନ୍ତି ଚାଲନ୍ତୁ ଜାଣିବା ।

{"id":95298}

ବ୍ରିଜ୍ ନାହିଁ । ତେଣୁ ଏଥର  ଭୋଟ ଦେବୁନି । କଳାହାଣ୍ଡିି ଥୁଆମୂଳ-ରାମପୁରର ୫ଟି ଗାଁ  ଲୋକେ ଶୁଣାଇଛନ୍ତି ଚରମବାଣୀ ।  ଲାଞ୍ଜିଗଡ଼, ଲିକେଶଜୋର, ମସ୍କାଗୁଡ଼ା, ମନୁଷପଦର, ରାନୀ ପଦର ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ । ଇନ୍ଦ୍ରାବତୀ ନଦୀ ପାର ହେଲେ ପିଲା ସ୍କୁଲ ଯାଆନ୍ତି । ଗର୍ଭବତୀଙ୍କୁ  ଡାକ୍ତରଖାନା ନେବା ବେଳେ ବି ଇନ୍ଦ୍ରାବତୀ ସମସ୍ୟା ହୋଇ ଛିଡ଼ା ହୁଏ । ଅନେକ ଜୀବନ ବି ଯାଇଛି ଏଥିଯୋଗୁଁ । ସବୁ ନିର୍ବାଚନ ସମୟରେ କାଟକୁରା-ଲିକେଶଜୋର  ଠାରେ ବ୍ରିଜ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଏ । ହେଲେ ଭୋଟ୍ ସରିଲେ ନେତାଙ୍କ ଦେଖା ମିଳେନି ।

{"id":95299}

ଗାଁ ଲୋକେ ଖାଲି ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇନାହାଁନ୍ତି । ନେତାଙ୍କୁ ବି ଗାଁ ମାଡ଼ି ମଡ଼ାଇଦେବେନି ବୋଲି କହିଛନ୍ତି । ତେବେ ଏ ନେଇ ଜିଲ୍ଲାପାଳ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି ।

{"id":95300}

ନିର୍ବାଚନ ଆସିଲେ ଲୋକଙ୍କୁ ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି । ହେଲେ  ଭୋଟ୍  ପରେ ଦେଖା ମିଳୁନିନଥିବାରୁ ଗଣତନ୍ତ୍ର ପ୍ରକ୍ରିୟା ସାମିଲ ହେବେନି ବୋଲି ସାଂଘାତିକ ନିଷ୍ପତି ନେଉଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.