Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କେତେ ଭୟଙ୍କର ଥିଲା କରାଚୀ ବିମାନ ଦୁର୍ଘଟଣା ? ଦେଖନ୍ତୁ ଏହି ୫ ଭିଡିଓ

22/05/2020 at 5:43 PM

କରାଚୀ, ୨୨|୦୫:  ପାକିସ୍ତାନର କରାଚୀରେ ଶୁକ୍ରବାର ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଏଥିରେ ୧୦୭ଜଣ ପ୍ରାଣ ହରାଇଥିବା କୁହାଯାଉଛି । ବିମାନରେ ୯୯ ଯାତ୍ରୀଙ୍କ ସହ ୮ଜଣ ବିମାନ କର୍ମଚାରୀ ମଧ୍ୟ ରହିଥିଲେ । ଏହି ବିମାନଟି ଜିଲ୍ଲା ଗାର୍ଡେନ୍ ଅଞ୍ଚଳର ମଡେଲ କଲୋନୀରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ତଳେ ପଡିବା ପରେ ପାଖଆଖରେ ଥିବା ଅନେକ ଘରେ ନିଆଁ ଲାଗିଯାଇଥିଲା । ଏପରିକି କିଛି ଘର ମଧ୍ୟ ଭାଙ୍ଗିଯାଇଛି । ସୋସିଆଲ ମିଡିଆରେ ଏହି ଦୁର୍ଘଟଣାର କେତେକ ଫଟୋ ଓ ଭିଡିଓ ଭାଇରାଲ ହୋଇଛି ।

ଏହି ଫଟୋ ଓ ଭିଡିଓରେ ବିମାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଏହାସହ ବିମାନର ଭଗ୍ନାବଶେଷ କିଛି ଘରେ ପଡିବା ସହ ନିଆଁ ଲାଗିଯାଇଛି ।

ଏହି ଭିଡିଓରେ କଲୋନୀରେ ଥିବା କିଛି ଗାଡି ଜଳୁଥିବା ଦେଖିବାକୁ ମିଳିଛି । ରାସ୍ତାକଡରେ ଥୁଆ ହୋଇଥିବା କେତେକ ଗାଡି ଭାଙ୍ଗିରୁଜି ଯାଇଛି ।

ଦୁର୍ଘଟଣା ପରେ ଲୋକମାନେ ନିଜ ଘରୁ ବାହାରକୁ ବାହାରି ଆସୁଛନ୍ତି ।

ତେବେ ପାକିସ୍ତାନର ସେନା ଓ କ୍ୱିକ୍ ରିଆକ୍ସନ୍ ଟିମ୍ ଦୁର୍ଘଟଣାଗ୍ରସ୍ତ ଅଞ୍ଚଳରେ ପହଁଚିଛନ୍ତି ।ସେମାନେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ପାକିସ୍ତାନର ସ୍ୱାସ୍ଥ୍ୟ ଓ ଜନସଂଖ୍ୟା କଲ୍ୟାଣ ମନ୍ତ୍ରୀ ବିମାନ ଦୁର୍ଘଟଣା ପାଇଁ କରାଚୀର ସମସ୍ତ ହସ୍ପିଟାଲକୁ ଜରୁରୀକାଳିନ ଘୋଷଣା କରିଛନ୍ତି ।

   Related Posts