Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଆଗରୁ ପୁରୁଷ ଥିଲେ ବଲିଉଡର ଏହି ୫ ଜଣ ଷ୍ଟାର, ନାରୀ ହୋଇ ଦେଖାଯାଆନ୍ତି ଏମିତି

24/06/2019 at 12:16 PM

ମୁମ୍ବାଇ୨୪|୬: ବଲିଉଡ ଇଣ୍ଡଷ୍ଟ୍ରିରେ ସମସ୍ତେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି। କିନ୍ତୁ ଗ୍ଲାମର ଜଗତରେ ସଫଳତା ହାସଲ କରିବା କଷ୍ଟକର ହୋଇଥାଏ। ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ଅନେକ କଳାକାର ଅଛନ୍ତି ଯିଏ ଲିଂଗ ପରିବର୍ତ୍ତନ କରାଇଛନ୍ତି। ଲିଂଗ ବଦଳାଇ ରାତା ରାତି ସେମାନେ ସଫଳତା ମଧ୍ୟ ହାସଲ କରିଛନ୍ତି। ତେବେ ଏହି ୫ ଜଣ ଫିଲ୍ମ ଷ୍ଟାରଙ୍କ ବିଷୟରେ ଜାଣନ୍ତୁ ଯିଏ ପ୍ରଥମେ ପୁରୁଷ ଥିଲେ ଓ ନାରୀ ହୋଇ ବେଶ ଲୋକପ୍ରିୟତା ଲାଭ କରିଛନ୍ତି।

ଗଜଲ ଧାଲିୱାଲ- ଲିପ୍‌ଷ୍ଟିକ୍‌ ଅଣ୍ଡର ମାଇଁ ବୁର୍ଖା, କରିବ କରିବ ସିଂଗଲ୍‌ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ପିଲାବେଳେ ଗଜଲ ଧାଲିୱାଲଙ୍କ ଡାକ ନା ଗୁଜରାନ ଥିଲା। ପିଲାବେଳେ ସେ ବହୁତ ଲାଜକୁଳା ଥିଲେ। ସେବେଠୁ ନିଜକୁ ଝିଅ ଭଳି ଅନୁଭବ କରୁଥିଲେ ଗଜଲ । ପରବର୍ତ୍ତି ସମୟରେ ତାଙ୍କର ଅପରେଶନ ହୋଇଥିଲା ଓ ସେ ଝିଅରେ ରୂପାନ୍ତରିତ ହୋଇଥିଲେ।

ନିକ୍କି ଚାୱଲା- ମଡେଲିଂ ଜଗତରେ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି ନିକ୍କି।ନିକ୍କି ଚାୱଲା ଜନ୍ମରୁ ପୁରୁଷ ଥିଲେ। କିନ୍ତୁ ସର୍ଜରି କରାଇ ସେ ପୁରୁଷରୁ ନାରୀ ହୋଇଥିଲେ।ଅଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ନିକ୍କିଙ୍କୁ। କିନ୍ତୁ ସେ ନିଜର ଭବିଷ୍ୟତ ବିଷୟରେ ଚିନ୍ତା କରି ଏହି ପଦକ୍ଷେପ ନେଇଥିଲେ।

ଶିନାତା ସାଂଘା- ଶିନାତା ସାଂଘା ଅନେକ ଫେମସ ମ୍ୟାଗାଜିନ୍‌ କଭରରେ ନଜର ଆସନ୍ତି।ସେ ମଧ୍ୟ ନିଜର ଲିଂଗ ପରିବର୍ତ୍ତନ କରାଇଛନ୍ତି।ଶିନାତା ଦକ୍ଷିଣ ଏସିଆର ଫେମସ ଟ୍ରାନ୍ସଜେଣ୍ଡର ମଡେଲ୍‌।୨୦୧୦ରୁ ୨୦୧୨ ମସିହା ଯାଏଁ ଲଗାତାର ତିନି ଥର ବିଶ୍ବର ସବୁଠୁ ସୁନ୍ଦର ଟ୍ରାନ୍ସଜେଣ୍ଡରର ଆୱାର୍ଡ ହାସଲ କରିଛନ୍ତି।

ବବି ଡାର୍ଲିଙ୍ଗ- ବବି ଜଣେ ସଫଳ ମଡେଲ ଓ ଅଭିନେତ୍ରୀ କିନ୍ତୁ ବବି ପ୍ରଥମେ ଜଣେ ପୁରୁଷ ଥିଲେ ତାହା ଅଧିକାଂଶ  ଜାଣିନାହାନ୍ତି। ପିଲାବେଳେ ତାଙ୍କ ନାଁ ପଂକଜ ଶର୍ମା ଥିଲା। ପାଖାପାଖି ୧୦ ବର୍ଷ ଯାଏଁ ସେ ଜଣେ ପୁ୍ଅ ହୋଇ ବଞ୍ଚିଲେ ତାପରେ ତାଙ୍କ ବ୍ୟବହାରରେ ବହୁତ ପରିବର୍ତ୍ତନ ଆସିଲା। ଫଳରେ ବବି ଡାର୍ଲିଗଂ ୨୦୧୦ ମସିହାରେ ଲିଂଗ ପରିବର୍ତ୍ତନ କରାଇଥିଲେ।

ଗୌରୀ- ଗୌରୀଙ୍କ ଜନ୍ମ ମଧ୍ୟ ଜଣେ ପୁରୁଷ ରୂପରେ ହୋଇଥିଲା।ପରିବାର ତାଙ୍କ ନାଁ ଗୌରବ ଅରୋଡା ରଖିଥିଲା।କିନ୍ତୁ କିଛି ବର୍ଷ ପରେ ସେ ସର୍ଜରି କରାଇ ଗୌରବରୁ ଗୌରୀ ହୋଇଥିଲେ।ଏବେ ସେ ଗୌରୀ ନାଁରେ ପରିଚିତ।  

   Related Posts