ତବଲିଗି ଜମାତ ସହ ୫ ଟ୍ରେନ, ହଜାର ହଜାର ଯାତ୍ରୀଙ୍କ ସନ୍ଧାନରେ ଜୁଟିଲା ରେଲଓ୍ଵେ

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୦୧।୦୪: ନିଜାମୁଦ୍ଦିନ ମରକଜରେ ସାମିଲ ତବଲିଗି ଜମାତର ୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦେଶ ସାମ୍ନାରେ ଏହା ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏବେ ସେହି ଲୋକଙ୍କ ଖୋଜା ଚାଲିଛି ଯେଉଁମାନେ ମରକଜ କାର୍ଯ୍ୟକ୍ରମରେ ସାମିଲ ନିଜ ନିଜ ଘରକୁ ଫେରୁଥିବା ଜମାତିଙ୍କ ସଂସ୍ପର୍ଶରେ ଆସିଥିଲେ। ରେଲଓ୍ଵେ ଏହି କଠିନ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡିଛି।

ରେଲଓ୍ଵେ ସେହି ପାଞ୍ଚ ଟ୍ରେନର ଯାତ୍ରୀଙ୍କ ସନ୍ଧାନରେ ଜୁଟିଛି ଯେଉଁମାନେ ଜମାତିଙ୍କ ସଂପର୍କରେ ଆସି  ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ। ଏହି ସବୁ ଟ୍ରେନରେ ଯାତ୍ରା କରିଥିବା ଯାତ୍ରୀଙ୍କ ସଂଖ୍ୟା ହଜାରରୁ ଅଧିକ ହେବ। ଏହି ସବୁ ଟ୍ରେନ ମାର୍ଚ୍ଚ ୧୩ ରୁ ମାର୍ଚ୍ଚ ୧୯ ମଧ୍ୟରେ ଦିଲ୍ଲୀରୁ ଯାତ୍ରା କରିଥିଲା। ଏଥିରୁ ଆନ୍ଧ୍ର ପ୍ରଦେଶକୁ ଯାଇଥିବା ଦୂରନ୍ତ ଏକ୍ସପ୍ରେସ୍, ଚେନ୍ନାଇ ପର୍ଯ୍ୟନ୍ତ ଯାଇଥିବା ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ୍‌, ଚେନ୍ନାଇରେ ଚାଲୁଥିବା ତାମିଲନାଡୁ ଏକ୍ସପ୍ରେସ୍, ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ୍ ଓ ଏପି ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍‌ ସାମିଲ।

{"id":247672,"width":586,"height":329,"sizeSlug":"large"}

ମାତ୍ର ରେଲଓ୍ଵେ ପାଖରେ ଜମାତିଙ୍କ ସଂପର୍କରେ ଆସିଥିବା ଲୋକଙ୍କ  ବାସ୍ତବିକ ତଥ୍ୟ ନାହିଁ ମାତ୍ର କୁହାଯାଉଛି ଯେ, ପ୍ରତ୍ୟେକ ଟ୍ରେନରେ ପ୍ରାୟ ୧୦୦୦ ରୁ ୧୨୦୦ ଯାତ୍ରୀ ଏବଂ ରେଲଓ୍ଵେ କର୍ମଚାରୀ ଥିଲେ। ଏହି ସବୁ ଯାତ୍ରୀଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ରାଜ୍ୟର ଅଧିକାରୀ କହିଛନ୍ତି ଯେ, ରେଲଓ୍ଵେ ଜିଲ୍ଲା ଅଧିକାରୀଙ୍କୁ ଯାତ୍ରୀଙ୍କ ତାଲିକା ଦିଆଯାଉଛି, ଏହାକୁ ଜମାତରେ ସାମିଲ ଲୋକଙ୍କ ତାଲିକା ସହ ମିଳା ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.