Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସାଉଥ ଇଣ୍ଡଷ୍ଟ୍ରିର ଏହି ୫ ଜଣ ସେକ୍ସି ଅଭିନେତ୍ରୀ: ଦର୍ଶକଙ୍କୁ କରନ୍ତି ପାଗଳ

17/06/2019 at 12:41 PM

ମୁମ୍ବାଇ୧୭|୬: ସୌନ୍ଦର୍ଯ୍ୟ କହିଲେ ଲୋକଙ୍କ ମନରେ ପ୍ରଥମେ ମହିଳାଙ୍କ ପ୍ରତିଛବି ଆଙ୍କି ହୋଇଯାଏ। କାରଣ ପ୍ରକୃତି ମହିଳାଙ୍କଠୁ ଅଧିକ ସୁନ୍ଦର ଓ କୋମଳ ପୃଥିବୀରେ କାହାକୁ ସୃଷ୍ଟି କରିନାହିଁ। ନାରୀ ଯେ କେବଳ ଶାରୀରିକ ରୂପରେ ସୁନ୍ଦର ଥାନ୍ତି ତାହା ଭୁଲ । ତେବେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ୫ ଜଣ ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ କୌଣସି ଅପସରାଙ୍କଠୁ କମ ନୁହଁ।

ସାଉଥ ଫିଲ୍ମରେ ଧମାଲ କରୁଥିବା ଏହି ଅଭିନେତ୍ରୀ ସାଉଥ ଇଣ୍ଡଷ୍ଟ୍ରି ବ୍ୟତୀତ ସମଗ୍ର ବିଶ୍ବରେ ମଧ୍ୟ ବେଶ ପପୁଲାର। ନିଜ ଅଭିନୟ ଦ୍ବାରା ଏହି ଅଭିନେତ୍ରୀମାନେ  ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ସମଗ୍ର ବିଶ୍ବରେ ଏହି ସାଉଥ ଅଭିନେତ୍ରୀଙ୍କର ଅଗଣିତ ଫ୍ୟାନ ଅଛନ୍ତି। ତେଲୁଗୁ ଫିଲ୍ମ ମଧ୍ୟରୁ ଏମିତି ଅନେକ ଫିଲ୍ମ ଅଛି ଯାହା ବଲିଉଡକୁ ଟକ୍କର ଦେବା ସହ ହଲିଉଡକୁ ମଧ୍ୟ ପଛରେ ପକାଇଥାଏ।     

ଭାରତୀୟ ସିନେମାର ସବୁଠୁ ବଡ ଫିଲ୍ମ ବାହୁବଳୀର ୨ ପାର୍ଟରେ ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ତମନ୍ନା ଭାଟିଆ ଓ ଅନୁଷ୍କା ଶେଟ୍ଟୀ ଅଭିନୟ କରିଛନ୍ତି।  ଫିଲ୍ମରେ ଅନୁଷ୍କାଙ୍କ ସୌନ୍ଦର୍ଯ୍ୟ ଓ ଅଭିନୟ ବେଶ ପ୍ରଶଂସନୀୟ। ଅନୁଷ୍କା ଅନେକ ସାଉଥ ଫିଲ୍ମରେ ଏଭଳି ଅଭିନୟ କରିଛନ୍ତି ଯାହା ତାଙ୍କୁ କାହାଣୀର ମୁଖ୍ୟ ଚରିତ୍ର ବନାଏ। ସେ ଦେଖିବାକୁ ଯେମିତି ସୁନ୍ଦର , ତାଙ୍କ ଗୁଣ ଓ ଅଭିନୟ ମଧ୍ୟ ସେତିକି ମନଲୋଭା ।  

ଅଭିନେତ୍ରୀ ରକୁଲ ପ୍ରିତ ସିଂହ କମ ବୟସରେ ଖୁବ ଭଲ ସଫଳତା ହାସଲ କରିଛନ୍ତି। ଅଧିକାଂଶ ସମୟ ତାଙ୍କ ସୌନ୍ଦର୍ଯ୍ୟ ନେଇ ଚର୍ଚ୍ଚାରେ ଥାନ୍ତି ସତ କିନ୍ତୁ ଏହା ସହ ତାଙ୍କ ଫିଗର୍‌ ପାଇଁ ମଧ୍ୟ ସେ ବେଶ ଚର୍ଚ୍ଚିତ। ଟଲିଉଡ ଓ ବଲିଉଡରେ ଅଭିନୟ କରି ରକୁଲ ଖୁବ ପ୍ରତିଷ୍ଠା ଲାଭ କରିଛନ୍ତି।

ଅଭିନେତ୍ରୀ ସୋନି ଚାରିଷ୍ଟାଙ୍କ ସୌନ୍ଦର୍ଯ୍ୟ ଅତୁଳନୀୟ। ସୋନି ନିଜ ଫିଟ୍‌ନେସ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି। ସେ ଶାଢୀ ଓ ଟି-ସାର୍ଟ ପିନ୍ଧିବା ବହୁତ ପସନ୍ଦ କରନ୍ତି। ସୋନି ନିଜ ଫିଟ୍‌ନେସ ମେନଟେନ୍‌ କରିବା ପାଇଁ ଜିମ୍‌ରେ ବରାବର କସରତ କରନ୍ତି।

 ସାଉଥ ଫିଲ୍ମ ଜଗତର ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜ ଅଭିନୟ ଓ ଜଲୱା ଦ୍ବାରା ଅନେକ ଦର୍ଶକଙ୍କୁ ଆକର୍ଷିତ କରନ୍ତି।  ତେଲୁଗୁ ସହ ସେ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। କାଜଲଙ୍କୁ ସାଧାରଣ ଆଉଟଫିଟ୍‌ ପିନ୍ଧିବା ଅଧିକ ପସନ୍ଦ ଓ ସେଥିରେ ସେ ଖୁବ ସୁନ୍ଦର ଲାଗନ୍ତି।

ତମନ୍ନା ଭାଟିଆ ସାଉଥ ଫିଲ୍ମ ଜଗତରେ ଜଣେ ପପୁଲାର ଅଭିନେତ୍ରୀ। ଏହି ଅଭିନେତ୍ରୀ ତେଲୁଗୁ ଫିଲ୍ମ ବ୍ୟତୀତ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ବାହୁବଳୀର ୨ଟି ସିରିଜ୍‌ରେ ଅଭିନୟ କରି ସେ ଅଧିକ ଚର୍ଚ୍ଚାରେ ଆସିଥିଲେ।    

   Related Posts