କେମିତି ବାଛିବେ ଆପଣଙ୍କ ଶିଶୁ ପାଇଁ ଟୁଥ୍‌ପେଷ୍ଟ ; ଏହି ୫ଟି ଦିଗ ପ୍ରତି ଧ୍ୟାନ ରଖନ୍ତୁ

Published By : Prameya-News7 Bureau | December 18, 2018 IST

ଯେତେବେଳେ ଶିଶୁଙ୍କର ଦାନ୍ତ ଉଠିଯାଏ ଏବଂ ତାହା ଟିକେ ବଡ ହୋଇଯାଏ ସେତେବେଳେ ଆପଣ ତାର ଦାନ୍ତ ଘଷାନ୍ତି । ମାତ୍ର ଦେଖାଯାଏ ଅଧିକାଂଶ ଲୋକ ଶିଶୁଙ୍କୁ ସେହି ଟୁଥ୍‌ପେଷ୍ଟରେ ଦାନ୍ତ ଘଷାନ୍ତି ଯେଉଁଥିରେ ଘରର ଅନ୍ୟ ସଦସ୍ୟମାନେ ଦାନ୍ତ ଘଷିଥାନ୍ତି । ମାତ୍ର ଏଭଳି କରିବା କ୍ଷତିକାରକ ହୋଇଥାଏ । ଏଭଳି କରିବା ଦ୍ବାରା ଶିଶୁମାନେ ମୁଖ ଗହ୍ବର ରୋଗ ସହ ଅନ୍ୟ ରୋଗର ମଧ୍ୟ ଶିକାର ହୋଇଥାନ୍ତି । ଶିଶୁମାନଙ୍କର ଦାନ୍ତର ରକ୍ଷଣାବେକ୍ଷଣ କରିବା ଲାଗି ଦାନ୍ତ ଘଷିବା ଜରୁରୀ ହୋଇଥାଏ । ମାତ୍ର ସେମାନଙ୍କ ପାଇଁ ଟୁଥ୍‌ପେଷ୍ଟର ଚୟନ କରିବା ସମୟରେ କିଛି ବିଶେଷ ବିଷୟ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ ହୋଇଥାଏ ।

ଫ୍ଲୋରାଇଡ୍ ମୁକ୍ତ ଟୁଥ୍‌ପେଷ୍ଟ :

ଶିଶୁମାନଙ୍କୁ ଦାନ୍ତ ଘଷାଇବା ସମୟରେ ଟୁଥ୍‌ପେଷ୍ଟକୁ ନଢୋକି ପକାଇବା ଶିଖାନ୍ତୁ । ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ଶିଶୁ ଟୁଥ୍‌ପେଷ୍ଟ ପକାଇବା ଶିଖିନାହିଁ ସେପର୍ଯ୍ୟନ୍ତ ଫ୍ଲୋରାଇଡ୍ ମୁକ୍ତ ଟୁଥ୍‌ପେଷ୍ଟର ବ୍ୟବହାର କରନ୍ତୁ । ଏହା ଶିଶୁମାନଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ । ଶିଶୁମାନଙ୍କୁ ନିଜ ଦାନ୍ତ ନିଜେ ଘଷିବା ଶିଖାନ୍ତୁ । ଯାହାର ତଦାରଖ କରିବା ପାଇଁ ତାଙ୍କ ପାଖରେ ଆପଣ ରୁହନ୍ତୁ ।

{"id":64844}

ବଡ ଶିଶୁମାନଙ୍କ ପାଇଁ ଫ୍ଲୋରାଇଡ୍‌ଯୁକ୍ତ ଟୁଥ୍ ପେଷ୍ଟ :

ଯେତେବେଳେ ଆପଣଙ୍କ ଶିଶୁ ଟୁଥ୍‌ପେଷ୍ଟକୁ ଢୋକିବା ବଦଳରେ ପକାଇବା ଶିଖିଯିବ ସେତେବେଳେ ଫ୍ଲୋରାଇଡ୍ ଯୁକ୍ତ ଟୁଥ୍‌ପେଷ୍ଟର ବ୍ୟବହାର କରନ୍ତୁ । କାରଣ ଫ୍ଲୋରାଇଡ୍ ଦାନ୍ତର ଏନାମେଲକୁ ଶକ୍ତ କରିଥାଏ । ଯାହାଦ୍ବାରା ଦନ୍ତକ୍ଷୟ କମ୍ ହୋଇଥାଏ । ମାତ୍ର ଧ୍ୟାନ ରଖନ୍ତୁ ଯେ, ଫ୍ଲୋରାଇଡ୍ ଯୁକ୍ତ ଟୁଥ୍‌ପେଷ୍ଟ ଯେପରି ଶିଶୁର ପେଟକୁ ନଯାଏ । ଅଧିକାଂଶ ଶିଶୁଙ୍କୁ ୬-୭ ବର୍ଷ ବୟସ ପର୍ଯ୍ୟନ୍ତ ଦାନ୍ତ ଘଷିବାପାଇଁ ସାହାଯ୍ୟର ଆବଶ୍ୟକତା ରହିଥାଏ ।

ଅଧିକ ଫ୍ଲୋରାଇଡ୍ ମଧ୍ୟ କ୍ଷତିକାରକ :

ବିଭିନ୍ନ ପ୍ରକାରର ଟୁଥ୍‌ପେଷ୍ଟ ବଜାରରେ ଉପଲବ୍ଧ ହେଉଛି । ବଜାରରେ ମିଳୁଥିବା ଅଧିକାଂଶ ଟୁଥ୍‌ପେଷ୍ଟରେ ଫ୍ଲୋରାଇଡ୍ ରହିଥାଏ । ମାତ୍ର ଫ୍ଲୋରାଇଡ୍‌ର ମାତ୍ରା ଅଲଗା ଅଲଗା ପେଷ୍ଟରେ ଭିନ୍ନ ଭିନ୍ନ ପରିମାଣର ଥାଏ । ଧ୍ୟାନ ରଖନ୍ତୁ ଯେ ବହୁତ ଅଧିକ ଫ୍ଲୋରାଇଡ୍ ଦ୍ବାରା ଦାନ୍ତ କ୍ଷୟ ହୋଇଥାଏ । ଏଥିପାଇଁ ଶିଶୁମାନଙ୍କ ପାଇଁ କମ୍ ଫ୍ଲୋରାଇଡ୍ ଯୁକ୍ତ ଟୁଥ୍‌ପେଷ୍ଟ ଚୟନ କରନ୍ତୁ । ଫ୍ଲୋରାଇଡ୍‌ର ମାତ୍ରା ଆପଣ ଟୁଥ୍‌ପେଷ୍ଟର ଖୋଳରେ ଦେଖିପାରିବେ ।

{"id":64845}

ଟୁଥ୍‌ପେଷ୍ଟର ସ୍ବାଦ :

ବୟସ୍କମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଅଧିକାଂଶ ଟୁଥ୍‌ପେଷ୍ଟରେ ପୁଦିନା, ଲବଙ୍ଗ ଭଳି ଥଣ୍ଡା ଫ୍ଲେଭର ବ୍ୟବହୃତ ହୋଇଥାଏ । ଛୋଟ ଶିଶୁମାନଙ୍କର ଦାନ୍ତ ବୟସ୍କମାନଙ୍କ ଦାନ୍ତଠାରୁ ଅଧିକ ସେନସିଟିଭ୍ ହୋଇଥାଏ। ତେଣୁ ଏହାର ସ୍ବାଦ ସେମାନଙ୍କୁ ଭଲ ଲାଗିନଥାଏ ଏବଂ ସେମାନଙ୍କ ଦାନ୍ତକୁ କ୍ଷତି ହୋଇଥାଏ । ଏଥିପାଇଁ ବଜାରରେ ଛୋଟ ଶିଶୁମାନଙ୍କ ପାଇଁ ବିଶେଷ ଫଳର ସ୍ବାଦ ଯୁକ୍ତ ଟୁଥପେଷ୍ଟ ଆସିଥାଏ । ଆରମ୍ଭରୁ  ଶିଶୁମାନଙ୍କ ପାଇଁ ସେହିଭଳି ଟୁଥପେଷ୍ଟର ବ୍ୟବହାରକରନ୍ତୁ ।

କୁଳି କରିବାର ଅଭ୍ୟାସ କରାନ୍ତୁ :

ଶିଶୁ ଟିକେ ବଡ ହେବା ପରେ ଏବଂଗୋଟିଏ ଦୁଇଟି ଦାନ୍ତ ଉଠିବା ପରେ କିଛି ଖାଇବା ପିଇବା କରିବା ପରେ ପାଣିରେ କୁଳି କରାନ୍ତୁ । ଏହାଦ୍ବାରା ଶିଶୁର ମୁହଁ ସଫା ରହିବ ଏବଂ ବଡ ହେବା ପରେ ତାର କୁଳି କରିବାର ଅଭ୍ୟାସ ମଧ୍ୟ ରହିବ । ଯଦି ଆପଣଙ୍କ ଶିଶୁ କିଛି ମିଠା ଜିନିଷ ଖାଉଛି ତେବେ ଖାଇବାର ଅଧା ଘଣ୍ଟା ପରେ ଦାନ୍ତ ଘଷାନ୍ତୁ । ଏହା ସେମାନଙ୍କର ଦାନ୍ତକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.