Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଶ୍ରୀମନ୍ଦିରର ସେବାୟତଙ୍କୁ ୨ୟ ଦଫାରେ ୫ହଜାର ଟଙ୍କା ପ୍ରୋତ୍ସାହନ, ବଣ୍ଟାଯିବ ୫ହଜାର ମାସ୍କ

10/06/2020 at 2:32 PM

ପୁରୀ ୧୦।୬: ପୁରୀ ଶ୍ରୀମନ୍ଦିରର ପ୍ରତ୍ୟେକ ସେବାୟତମାନଙ୍କୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ । ସେହିପରି ପ୍ରତ୍ୟେକ ସେବାୟତଙ୍କୁ ମାସ୍କ ମଧ୍ୟ ଯୋଗାଇ ଦିଆଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ସେବାୟତମାନଙ୍କୁ ୫ ହଜାର ମାସ୍କ ଯୋଗାଇ ଦିଆଯିବ । ଏହି ମାସ୍କ ପାଇଁ ବୟନିକାକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ଯୋଗୁଁ ମାର୍ଚ୍ଚ ମାସ ୨୦ ତାରିଖରୁ ଶ୍ରୀମନ୍ଦିର ବନ୍ଦ ରହିଛି । ଫଳରେ ପାଖାପାଖି ୧୯ ହଜାର ସେବାୟତ ବେରୋଜଗାର ହୋଇଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ନୀତିକାନ୍ତି ସହ ଜଡିତ ଥିବା ଅନେକ ସେବାୟତମାନଙ୍କ ପରିବାର ଅଭାବ ଅନଟନ ମଧ୍ୟ ଦେଇ ଗତି କରୁଛନ୍ତି । ଏହାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁଭବ କରି ପୂର୍ବରୁ ୨,୨୦୦ ସେବାୟତଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା ।

ସେହି କ୍ରମରେ ଅନ୍ୟ ସେବାୟତମାନଙ୍କୁ ୫ ହଜର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଘୋଷଣା କରିଛନ୍ତି । ତେବେ କେତେ ସେବାୟତଙ୍କୁ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । ଏ ନେଇ ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରାଯାଇଛି । ଏହାସହ ୫ ହଜାର ମାସ୍କ ମଧ୍ୟ ବଣ୍ଟନ କରାଯିବ ।

   Related Posts