Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବିଶ୍ୱରେ କରୋନା ଆତଙ୍କ: ଇଟାଲୀରେ ୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଆମେରିକାରେ ୩୪ହଜାର ସଂକ୍ରମିତ

23/03/2020 at 9:59 PM

ନୂଆଦିଲ୍ଲୀ,୨୩।୩: କରୋନା ମହାମାରୀ ସାରା ବିଶ୍ବକୁ ଦିନକୁ ଦିନ କବଳିତ କରିବାରେ ଲାଗିଛି ।ଦିନକୁ ଦିନ ଏହାର କାୟା ବିସ୍ତାର କରିଚାଲିଛି ଏହି ଅଦୃଶ୍ୟ ମହାଦାନବ ।ବର୍ତ୍ତମାନ ସୁଦ୍ଧା ବିଶ୍ବର ୧୯୨ଟି ଦେଶରେ ଚିହ୍ନଟ ହୋଇସାରିଲେଣି କରୋନା ପଜିଟିଭ୍‌ ।ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ଟପିଗଲାଣି ।ଇଟାଲୀରେ ପ୍ରାୟ ୬୦ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ସେଠାରେ ମୃତ୍ୟୁସଂଖ୍ୟା ଆଜି ୫ ହଜାର ଟପିଯାଇଛି ।

ସାରା ବିଶ୍ବରେ ହାହାକାର ।ବିଶ୍ବବ୍ୟାପୀ ପ୍ରାୟ ୩ ଲକ୍ଷ ୫୦ ହଜାର ଲୋକ ଆକ୍ରାନ୍ତ ।୧୫ ହଜାର ୨୯୭ ଜଣ ଲୋକ ମୃତ ।ବିଶ୍ବବ୍ୟାପୀ ୧୦୦ କୋଟିରୁ ଅଧିକ ଲୋକ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଭାରତ ସମେତ ୩୪ଟି ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ।ତେବେ ଭଲ କଥା ହେଲା ୧ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି ।ଗୋଟିଏ ପରେ ଗୋଟିଏ ଧନୀ ଦେଶ କରୋନା କବଳକୁ ଚାଲିଯାଉଛନ୍ତି ।କରୋନା ଭାଇରସ୍‌ର ଜନ୍ମଦାତା ଚୀନ୍‌କୁ ଟପିଯିବାକୁ ବସିଲାଣି ଇଟାଲୀ ।ଇଟାଲୀରେ ପ୍ରାୟ ୬୦ ହଜାର ଲୋକ ଏଥିରେ ଆକ୍ରାନ୍ତ ହେଲେଣି ।୫୪୭୬ ଜଣ ଏଥିରେ ପ୍ରାଣ ହରାଇସାରିଲେଣି ।ରବିବାର ଇଟାଲୀରେ ୬୫୧ ଜଣ ଏଥିରେ ପ୍ରାଣ ହରାଇଛନ୍ତି ।ପ୍ରତିଦିନ ୧୦.୪ ପ୍ରତିଶତ ହାରରେ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ।ତେବେ ଶନିବାର ଦିନ ୭୯୩ ଜଣ ପ୍ରାଣ ହରାଇଥିବା ବେଳେ ରବିବାର ୬୫୧ ଜଣ ପ୍ରାଣ ହରାଇଥିବାରୁ ଇଟାଲୀ ସରକାର ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ।ସବୁଠାରୁ ଅଧିକ ପ୍ରଭାବିତ ମିଲାନ୍ ସହରରେ ବିନା କାରଣରେ ରାସ୍ତାକୁ ଓହ୍ଲାଉଥିବା ଲୋକଙ୍କୁ ୫୦୦୦ ୟୁରୋ ଫାଇନ୍‌ କରାଯାଉଛି ।ଆମେରିକାରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଉଛି ।

ଆମେରିକାରେ ପ୍ରାୟ ୩୪ ହଜାର ଲୋକ ଆକ୍ରାନ୍ତ ହେଲେଣି ।ମୃତ୍ୟୁ ସଂଖ୍ୟା ୪୧୯ରେ ପହଞ୍ଚିଛି ।ରିପବ୍ଲିକାନ୍ ସିନେଟର୍‌ ରାଣ୍ଡ୍‌ ପଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ଆମେରିକା କଂଗ୍ରେସ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି ।ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁୟର୍କ, କାଲିଫର୍ଣ୍ଣିଆ ଓ ୱାସିଂଟନ୍‌କୁ କରୋନା ହଟ୍‌ସ୍ପଟ୍‌ ଘୋଷଣା କରିଛନ୍ତି ।ନ୍ୟୁୟର୍କରେ ୧୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।ଗତ ୨୪ ଘଣ୍ଟା ଭିତରେ ନ୍ୟୁୟର୍କରେ ୫୪୧୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।ନ୍ୟୁୟର୍କରେ ଏପର୍ଯ୍ୟନ୍ତ ୧୧୪ ଜଣ ପ୍ରାଣ ହରାଇସାରିଲେଣି ।

ଆସନ୍ତା ୧୦ ଦିନ ଭିତରେ ନ୍ୟୁୟର୍କରେ ଜରୁରୀ ମେଡିକାଲ ସାମଗ୍ରୀର ଅଭାବ ପଡ଼ିଯିବ ବୋଲି ମେୟର ବିଲ୍‌ ବ୍ଲାସିଓ କହିଛନ୍ତି ।ଚୀନ୍‌ରେ କିନ୍ତୁ ଗତ ୨୪ ଘଣ୍ଟା ଭିତରେ ଜଣେ ହେଲେ ଆଭ୍ୟନ୍ତରୀଣ କରୋନା ଭାଇରସ୍‌ ରୋଗୀ ଚିହ୍ନଟ ହୋଇନାହାନ୍ତି ।କେବଳ ଅନ୍ୟ ଦେଶରୁ ଚୀନ୍‌କୁ ଯାଇଥିବା ଲୋକଙ୍କ ମଧ୍ୟରୁ ୩୯ ଜଣଙ୍କ ଠାରେ କରୋନା ପିଜିଟିଭ୍ ଚିହ୍ନଟ କରାଯାଇଛି ।ଗତ ୨୪ ଘଣ୍ଟା ଭିତରେ ଚୀନ୍‌ରେ ୯ ଜଣ ପ୍ରାଣ ହରାଇଛନ୍ତି ।ସେମାନେ ସମସ୍ତେ ଏହି ରୋଗର ଜନ୍ମସ୍ଥଳୀ ଉହାନ୍‌ରେ ପ୍ରାଣ ହରାଇଛନ୍ତି ।ଏପରି ପରିସ୍ଥିତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ଦେଶର ରାଷ୍ଟ୍ରମୁଖ୍ୟ ଲୋକଙ୍କୁ ଘରେ ରହି ସୁରକ୍ଷିତ ରହିବାକୁ ଆହ୍ବାନ ଦେଇଛନ୍ତି ।

   Related Posts