ରଥଯାତ୍ରାରେ ସାମିଲ ୫ହଜାର ବ୍ୟକ୍ତିଙ୍କର ହେବ କୋଭିଡ୍ ଟେଷ୍ଟ : ସେବାୟତଙ୍କ ପାଇଁ ୨ ରାଉଣ୍ଡ, ରିପୋର୍ଟ ନେଗେଟିଭ୍ ଆସିଲେ ନୀତିକାନ୍ତିରେ ହେବେ ସାମିଲ

Published By : Prameya-News7 Bureau | June 24, 2020 IST

ରଥଯାତ୍ରାରେ ସାମିଲ ହୋଇଥିବା ୫ହଜାର ବ୍ୟକ୍ତିଙ୍କର ହେବ କୋଭିଡ୍‌ ଟେଷ୍ଟ । ସେବାୟତମାନଙ୍କୁ ୨ଥର ଟେଷ୍ଟ କରାଯିବା ସହ ନେଗେଟିଭ୍‌ ଆସିଥିବା ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ବାହୁଡ଼ା, ସୁନାବେଶ, ନିଳାଦ୍ରୀ ବିଜେ ଆଦି ନୀତି କରାଯିବ । ରଥଯାତ୍ରାରେ ସାମିଲ ହୋଇଥିବା ପୋଲିସ କର୍ମଚାରୀଙ୍କର ଆଜି କୋଭିଡ୍‌ ଟେଷ୍ଟ ଆରମ୍ଭ କରାଯାଇଥିବା ବେଳେ ସେବାୟତ ଏବଂ ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ । ଏଥି ସହ ପୁରୀର ସମସ୍ତ ଅଂଚଳକୁ ସାନିଟାଇଜ୍‌ କରାଯିବ ।….

{"id":291036,"sizeSlug":"large"}

ରଥଯାତ୍ରାରେ ସାମିଲ ୫ହଜାର ବ୍ୟକ୍ତିଙ୍କର ହେବ କୋଭିଡ୍‌ ଟେଷ୍ଟ । ପୁରୀରେ ଅନୁଷ୍ଠିତ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ପୋଲିସ କର୍ମଚାରୀଙ୍କ ଆଜି କରୋନା ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ବିଦ୍ୟୁତ ବିଭାଗ, ପୌରସଂସ୍ଥା କର୍ମଚାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ସମସ୍ତଙ୍କର କରୋନା ଟେଷ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି । ସେବାୟତମାନଙ୍କୁ ୨ ରାଉଣ୍ଡରେ କରୋନା ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ ସେଇ ସେବାୟତମାନଙ୍କୁ ମହାପ୍ରଭୁଙ୍କ ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଜେ ନୀତିରେ ସାମିଲ କରାଯିବ ।

{"id":291037,"sizeSlug":"large"}

ସେହିଭଳି ସେବାୟତମାନଙ୍କ ବ୍ୟବହାର ପାଇଁ ଆଉ ୫ହଜାର ମାସ୍କ ବରାଦ୍‌ ଦିଆଯାଇଛି । ରଥଯାତ୍ରା ବେଳେ ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମ୍ପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍‌ କରାଯିବ ।

{"id":291038,"sizeSlug":"large"}

 

ଆସନ୍ତାକାଲି ଛତିଶାନିଯୋଗ ବୈଠକ ବସିବ । ଯେଉଁଥିରେ ଆଗାମୀ ଦିନରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପର୍କରେ ଆଲୋଚନା କରାଯିବ । ପୁରୀରେ କଟକଣାଯୁକ୍ତ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ସହ କୌଣସି ସାଲିସ କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ । ଯାହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା ୨୮ତାରିଖରେ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ସମସ୍ତଙ୍କ କୋଭିଡ୍‌ ଟେଷ୍ଟ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.