ଦକ୍ଷିଣ ଅଷ୍ଚ୍ରେଲିଆରେ ୫ ହଜାର ଓଟଙ୍କୁ ମରାଗଲା ଗୁଳି, ଜାଣନ୍ତୁ କାହିଁକି

Published By : Prameya-News7 Bureau | January 14, 2020 IST

ସିଡନୀ : ଦକ୍ଷିଣ ଅଷ୍ଟ୍ରେଲିଆରେ ହେଲିକପ୍ଟରରୁ ଗୁଳି କରି ୫ ହଜାର ଓଟଙ୍କୁ ହତ୍ୟା କରାଯାଇଛି। ମଙ୍ଗଳବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଗତ ୫ ଦିନରେ ଏତେ ସଂଖ୍ୟକ ଓଟଙ୍କୁ ହତ୍ୟା କରାଯାଇଥିବା ଅଧିକାରୀ କହିଛନ୍ତି।  ଅଷ୍ଟ୍ରେଲିଆ ଏବେ ଗୁରୁତର ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଛି। ଗୋଟିଏ ପଟେ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଜଙ୍ଗଲପୋଡି ଏଯାଏଁ ଦେଶରେ ଥମୁ ନାହିଁ ଅନ୍ୟପଟେ ଦକ୍ଷିଣ ଅଷ୍ଟ୍ରେଲିଆ ଏବେ ଗୁରୁତର ମରୁଡିର ସମ୍ମୁଖୀନ ହୋଇଛି।

{"id":211184,"width":578,"height":378,"sizeSlug":"large"}

ମରୁଡି ଯୋଗୁ ଏବେ ଜଳ କଷ୍ଟ ଉତ୍କଟ ହୋଇଥିବା ବେଳେ ଓଟମାନେ ସମସ୍ୟାକୁ ବହୁଦୁଣିତ କରିଛନ୍ତି। ଯେଉଁଠି ବି ଜଳ ଉତ୍ସ ମିଳୁଛି ଓଟ ସେସବୁକୁ ନିଶେଷ କରିଦେଉଛନ୍ତି। ଏଣୁ ସରକାର ପରିସ୍ଥିତିର ମୁକାବିଲା ଲାଗି ଦକ୍ଷିଣ ଅଷ୍ଟ୍ରେଲିଆରେ ୧୦ ହଜାର ଓଟଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ସେହି ଅନୁସାରେ ଗତ ୫ ଦିନରେ ୫ ହଜାର ଓଟଙ୍କୁ ଆକାଶମାର୍ଗରୁ ଗୁଳି କରି ହତ୍ୟା କରାଯାଇଥିବା ଅଧିକାରୀ କହିଛନ୍ତି।

{"id":211181,"sizeSlug":"large"}

ଗତ ସେପ୍ଟେମ୍ବର ମାସରେ ଦେଶରେ ଜଙ୍ଗଲପୋଡି ଆରମ୍ଭ ହୋଇଥିଲା। ଏହା କ୍ରମେ ବ୍ୟାପୀବା ଯୋଗୁ ଏପର୍ଯ୍ୟନ୍ତ ପ୍ରାୟ ୫୦ କୋଟି ବନ୍ୟପ୍ରାଣୀ ପୋଡି ହୋଇ ପ୍ରାଣ ହରାଇଥିବା ଆକଳନ କରାଯାଉଛି। କେବଳ ବନ୍ୟପ୍ରାଣୀ ନୁହଁନ୍ତି ଅନେକ ଜନବସତୀ ଅଞ୍ଚଳ ମଧ୍ୟ ବନାଗ୍ନିରେ ପ୍ରଭାବିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.