ସୁରକ୍ଷାକର୍ମୀଙ୍କ ଗୁଳିରେ ୫ଆତଙ୍କବାଦୀ ନିହତ

Published By : Prameya-News7 Bureau | August 04, 2018 IST

ଜମ୍ମୁକାଶ୍ମୀର ସୋପିଆନ କିଲୋରା ଅଞ୍ଚଳରେ ଗତ ୭୨ଘଣ୍ଟା ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୮ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ବେଳେ ୫ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଗତକାଲିଠାରୁ ସୋପିଆନ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଗତକାଲି ମଧ୍ୟ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲେ। ସେହିପରି ଗୁରୁବାର ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା । ସେମାନଙ୍କ ପାଖରୁ ୪୭ଟି ରାଇଫଲ ଜବତ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ତେଣୁ ସୁରକ୍ଷାକର୍ମୀ ତଲାସୀ ଓ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି । ଆଗକୁ ଅଗଷ୍ଟ ୧୫ଥିବା ଯୋଗୁ ଅପରେସନ ଅଲ୍ ଆଉଟକୁ ବ୍ୟାପକ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.