Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

ପୁଲଓ୍ବାମାରେ ଭାରତୀୟ ସେନାକୁ ବଡ ଧରଣର ସଫଳତା : ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

2/07/2021 at 5:25 PM

ଶ୍ରୀନଗର ୦୨/ ୦୭ : ଜାମ୍ମୁ କାଶ୍ମୀରରେ ଭାରତୀୟ ସେନାକୁ ବଡ ଧରଣର ସଫଳତା । ପୁଲଓ୍ବାମା ଜିଲ୍ଲାରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିମାଡ ଫଳରେ ଲସ୍କର-ଏ-ତୋଏବାର ୪ ଜଣ ଆତଙ୍କବାଦୀଙ୍କ ସମେତ ମୋଟ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳିମାଡ ବେଳେ ଜଣେ ଭାରତୀୟ ଯବାନ ମଧ୍ୟ ଶହୀଦ ହୋଇଛନ୍ତି ।

ଭାରତୀୟ ସେନା ପକ୍ଷରୁ ପୁଲଓ୍ବାମା ଜିଲ୍ଲାର ରାଜପୁରା ସ୍ଥିତ ହାଜିନ ଗାଁରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିଥିଲା । ଏହାପରେ ଉକ୍ତ ଗାଁକୁ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା । ଆତଙ୍କବାଦୀମାନେ ସେନା ଉପରକୁ ପ୍ରଥମେ ଗୁଳିମାଡ କରିଥିଲେ । ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ଆରମ୍ଭ କରାଯାଇଥିଲା । ଗୁଳିମାଡ ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଅଧିକ ସଂଖ୍ୟକ ଆତଙ୍କବାଦୀ ଥିବାରୁ ସେଠାକୁ ଅତିରିକ୍ତ ସୁରକ୍ଷାବଳ ପଠାଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ନିହତ ୫ ଜଣ ଆତଙ୍କୀଙ୍କ ମଧ୍ୟରୁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ୪ ଜଣ ସଦସ୍ୟ ଥିବା ବେଳେ ଅନ୍ୟଜଣେ ପାକିସ୍ତାନୀ ବୋଲି ଜଣାପଡିଛି । ନିହତ ଆତଙ୍କୀଙ୍କ ପରିଚୟ ମିଳିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ପୁଲଓ୍ବାମାର ଦାନିସ୍ ମଞ୍ଜୁର, ପାକିସ୍ତାନର ରେହାନ୍, ତ୍ରାଳର ନିଶାଦ ହୁସେନ ଲୌନ ଏବଂ ହାଜନ ପାୟୀନର ଆମୀର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରୁ  ଜଣଙ୍କର ପରିଚୟ ମିଳିନାହିଁ । ବର୍ତ୍ତମାନ ସେଠାରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

   Related Posts