ଜାମ୍ମୁ – କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ ଆତଙ୍କବାଦୀ ନିହତ
10/02/2019 at 8:02 PM

କାଶ୍ମୀର ୧୦/୨- ଭାରତୀୟ ଯବାନଙ୍କୁ ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ ଆତଙ୍କବାଦୀ ନିହତ । ଜାମ୍ମୁ – କାଶ୍ମୀର କୁଲଗାମ ଜିଲ୍ଲାସ୍ଥିତ କେଲମ ଦେବସାର ଅଞ୍ଚଳରେ ହେଉଥିବା ଏକ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ଉଭୟଙ୍କ ପକ୍ଷରୁ ବହୁ ସମୟ ଧରି ଗୁଳିବିନିମୟ ଚାଲିଥିଲା । ଏହି ଅପରେସନରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୫ ଆତଙ୍କବାଦୀ ଟଳି ପଡିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଆତଙ୍କବାଦୀମାନଙ୍କର ପରିଚୟ ମିଳିପାରିନାହିଁ। ପୋଲିସ ସେହି ଅଞ୍ଚଳରୁ ମାରଣାସ୍ତ୍ର ଜବତ ହୋଇଛି ।
ଗତକାଲି ରାତିରେ କେଲମ ଅଞ୍ଚଳକୁ କିଛି ଆତଙ୍କବାଦୀ ପଶି ଆସିଥିବା ସୂଚନା ମିଳିଥିଲା। ଏହା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୁରା ଅଞ୍ଚଳକୁ ଘେରି ଯାଇଥିଲେ। ତେବେ ଏହି ଗୁଳି ବିନିମୟବେଳେ ସିଆର୍ ପିଏଫ୍ ଯବାନ ଆହତ ହୋଇଛନ୍ତି। ଏହା ପୂର୍ବରୁ ଜମ୍ମୁ-କଶ୍ମୀର ପୁଲଓ୍ଵାମାଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ୍ -ଇ-ମହମ୍ମଦର ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।