5-T ସଚିବଙ୍କ ଅଚାନକ ଭଦ୍ରକ ମେଡିକାଲ ପରିଦର୍ଶନ

Published By : Prameya-News7 Bureau | December 10, 2019 IST

ଭଦ୍ରକ ୧୦।୧: 5-T ସଚିବ ଭି. କାର୍ତିକେୟନ ପାଣ୍ଡିୟାନଙ୍କ ଅଚଆଖ ଭଦ୍ରକ ମେଡିକାଲ ପରିଦର୍ଶନ । ମୋ ସରକାର ଓ 5-T ଲାଗୁହେବା ପରେ ଭଦ୍ରକ ମେଡିକାଲକୁ 5-T ସଚିବଙ୍କ ଏହା ପ୍ରଥମ ଗସ୍ତ । ମେଡିକାଲର ବିଭିନ୍ନ ସମସ୍ୟା ନେଇ ରୋଗୀ ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ସଚିବ । ବିଭିନ୍ନ ୱାର୍ଡରେ ଚିକିତ୍ସା ହେଉଥିବା ରୋଗୀମାନଙ୍କ ସହ କଥା ହୋଇଥିଲେ, ମେଡିକାଲରେ ଥିବା ସମସ୍ୟାଗୁଡିକ ବିଷୟରେ ଭାରପ୍ରାପ୍ତ ଜିଲ୍ଲାପାଳ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।  ସଚିବଙ୍କ  ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର,  ସ୍ବାସ୍ଥ୍ୟ ସଚିବ, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଭାରପ୍ରାପ୍ତ ଜିଲ୍ଲାପାଳ, ସିଡିଏମଓ ଉପସ୍ଥିତ  ରହି ମେଡିକାଲର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

{"id":196056,"sizeSlug":"large"}

ସୂଚନାଯୋଗ୍ୟ ଯେ କିଛିଦିନ ତଳେ ସ୍ବାସ୍ଥ୍ୟ ମନ୍ତ୍ରୀ ଭଦ୍ରକ ମେଡିକାଲ ଗସ୍ତ କରିଥିଲେ ପୁଣି ଆଜି 5-T ସଚିବଙ୍କ ଗସ୍ତକୁ ନେଇ ମେଡିକାଲର ନବକଳେବର ଆଶାରେ ଜିଲ୍ଲାବାସୀ ଆଗ୍ରହୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.