ଗଞ୍ଜାମ ଜିଲ୍ଲା ଗସ୍ତରେ 5-T ସଚିବ : ବିଭିନ୍ନ ଅଞ୍ଚଳର କ୍ବାରେଣ୍ଟାଇନ୍ ସେଣ୍ଟରର ସ୍ଥିତି ପରଖିଲେ

Published By : Prameya-News7 Bureau | May 15, 2020 IST

ବ୍ରହ୍ମପୁର ୧୫।୫: ଗଞ୍ଜାମ ଜିଲ୍ଲାରେ ୨୬୪ କୋରନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଭଳି ସ୍ଥିତିରେ ଶୁକ୍ରବାର 5-T ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

{"id":270278,"sizeSlug":"large"}

ପ୍ରଥମେ ଜିଲ୍ଲାର ଶେରଗଡ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ବ୍ଲକ୍ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି କ୍ବାରେଣ୍ଟାଇନ୍ କେନ୍ଦ୍ରରେ ସୁବ୍ୟବସ୍ଥିତ ପଦକ୍ଷେପ ଗ୍ରହଣ କରିବା ସହ ସତର୍କ ନଜର ରଖିବାକୁ ପରାମର୍ଶ ଦେଇଥିବା କହିଛନ୍ତି ଶେରଗଡ ବିଡିଓ ସୁରଞ୍ଜନ ସାହୁ । କେତୋଟି କ୍ବାରେଣ୍ଟାଇନ୍ କେନ୍ଦ୍ର ରହିଛି ଏବଂ ବର୍ତ୍ତମାନ ସ୍ଥିତି କଣ ରହିଛି, କେମିତି ସେମାନଙ୍କୁ ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି, ସେମାନଙ୍କ ସ୍ଥିତି କଣ ରହିଛି, ଏ ସବୁ ସଂପର୍କରେ 5-T ସଚିବ ପଚାରି ବୁଝିଥିବା ବିଡିଓ କହିଛନ୍ତି ।

{"id":270280,"sizeSlug":"large"}

କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରବାସୀ ଓଡିଆଙ୍କ ପ୍ରତି ଯତ୍ନ ନେବାକୁ 5-T ସଚିବ ପରାମର୍ଶ ଦେଇଥିବା କହିଛନ୍ତି କୁମାରପାଣି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି । ଶେରଗଡ ପରେ ହିଞ୍ଜିଳି, ଆସିକା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି 5-T ସଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.