ତାରାତାରିଣୀ ପୀଠ ପରିଦର୍ଶନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ‘୫-ଟି’ ସଚିବ

Published By : Prameya-News7 Bureau | January 31, 2020 IST

ବ୍ରହ୍ମପୁର ୩୧।୦୧:  ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ତାରା ତାରିଣୀ ପୀଠ ପରିଦର୍ଶନ କଲେ ‘୫-ଟି’ ସଚିବ ଭି କେ ପଣ୍ଡିଆନ । ଶୁକ୍ରବାର ଦିନ ସକାଳ ସମୟରେ ତାରା ତାରିଣୀଙ୍କୁ ଦର୍ଶନ କରିବା ସହିତ ମନ୍ଦିରର ଉନ୍ନୟନ କାମ ସଂପର୍କରେ ସମୀକ୍ଷା  କରିଥିଲେ । ଏହାସହ ଯାତ୍ରୀଙ୍କ ସୁବିଧା ଓ ଋଷିକୁଲ୍ୟା ନଦୀର  ଉନ୍ନତିମୂଳକ କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି ।

{"id":218083,"sizeSlug":"large"}

ଗସ୍ତ ଅବସରରେ ‘୫-ଟି’ସଚିବ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଏହା ପରେ ହିଞ୍ଜିଳାକାଟୁ ବ୍ଲକରେ ଶିକ୍ଷା, ପାନୀୟ ଜଳ, ରାସ୍ତା, ସ୍ବାସ୍ଥ୍ୟ, ବିଦ୍ୟୁତ, ଜଳ ଯୋଗାଣ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି । ‘୫-ଟି’ ସଚିବଙ୍କ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପି ଡି ଡି ଆର୍ ଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବି ଉପସ୍ଥିତ ଥିଲେ।

{"id":218081,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.