5-T ସଚିବ ଭି.କେ. ପାଣ୍ଡିଆନଙ୍କ ଲିଙ୍ଗରାଜ ମନ୍ଦିର ପରିଦର୍ଶନ, ଉନ୍ନୟନ କାର୍ଯ୍ୟର କଲେ ତଦାରଖ

Published By : Prameya-News7 Bureau | December 04, 2019 IST

ଭୁବନେଶ୍ବର ୪।୧: ୫-ଟି ସଚିବ ଭି.କେ. ପାଣ୍ଡିଆନ ଅଚାନକ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ଆଜି ଭୋର ସାଢେ ୪ଟାରେ ୫-ଟି ସଚିବ ଲିଙ୍ଗରାଜ ମନ୍ଦିର ଯାଇ ମନ୍ଦିର ବାହାର ଓ ଭିତରର ଉନ୍ନୟନ କାମର ତଦାରଖ କରିଛନ୍ତି । 

{"id":193753,"sizeSlug":"large"}

ନିକଟରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ୮.୫ କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିଥିଲେ । ଏଥିରେ ନୂଆ ମାର୍କେଟ୍ କମ୍ପ୍ଲେକ୍ସ ସହ ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

{"id":193754,"sizeSlug":"large"}

ଏହି କାମ କିଭଳି ଚାଲିଛି ତାର ତଦାରଖ ପାଇଁ ୫-ଟି ସଚିବ ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ । ତାଙ୍କ ସହ ଡିସିପି ଅନୁପ ସାହୁ, ପୂର୍ତ୍ତ ସଚିବ କ୍ରିଷ୍ଣନ୍ କୁମାର, ଖୋର୍ଦ୍ଧା ଏଡିଏମ ମନୋରଞ୍ଜନ ମଲ୍ଲିକଙ୍କ ସମେତ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.