ମାଲକାନଗିରିରେ 5-T ସଚିବ ଭି.କେ.ପାଣ୍ଡିଆନ୍‌ଙ୍କ ସମୀକ୍ଷା, ସାଙ୍ଗରେ ଅଛନ୍ତି ଶାଳିନୀ ପଣ୍ଡିତ ଓ ଏ.କେ ମୀନା

Published By : Prameya-News7 Bureau | October 09, 2019 IST

ମାଲକାନଗିରି ୯।୧୦: ମାଲକାନଗିରିରେ ରାଜ୍ୟର ଅତିରିକ୍ତ ଶାସନ ସଚିବ ଏ.କେ. ମିନା, ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ 5-T ସଚିବ ଭି.କେ.ପାଣ୍ଡିଆନ୍ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସଦର ଥାନା ଓ ଆରଟିଓ ପରିଦର୍ଶନ କରିଛନ୍ତି ।

{"id":167842}

ଏହି ଗସ୍ତ ସମୟରେ ଲୋକଙ୍କୁ ଠିକ୍ ଭାବେ ସରକାରୀ ସେବା ଉପଲବ୍ଧ ହେଉଛି କି ନାହିଁ ତାହାର ତଦାରଖ କରିଛନ୍ତି ତିନି ଅଧିକାରୀ । ଏହାସହ ମାଲକାନଗିରି ଜିଲ୍ଲାରେ ଥିବା ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧା ଭାଗ ଏକ ଘରୋଇ ମେଡିକାଲକୁ ଦେବା ଲାଗି ସରକାର ପୂର୍ବରୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାର ମଧ୍ୟ ତଦାରଖ କରିଛନ୍ତି ।

{"id":167843}

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହାଇଦ୍ରାବାଦ କିମ୍ବା ବିଶାଖାପାଟଣାରୁ ସୁପର ସ୍ପେଶାଲିଷ୍ଟ ଆସିବେ । ଏହାର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.