୩ଟି ଜିଲ୍ଲାରେ ନିର୍ମିତ କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ୫-ଟି ସଚିବ
23/04/2020 at 4:34 PM

ଭୁବନେଶ୍ବର୨୩/୪: ଦିନିକିଆ କୋରାପୁଟ, ମାଲକାନଗିରି ଓ ନବରଂଗପୁର ଜିଲ୍ଲା ଗସ୍ତରେ ରାଜ୍ୟର 5T ସଚିବ ଭି.କେ.ପାଣ୍ଡିଆନ । ସେ ଜୟପୁର ଏବଂ ମାଲକାନଗିରିରେ ନବ ନିର୍ମିତ କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି। ଏହାପରେ ନବରଙ୍ଗପୁରଠାରେ କୋଭିଡ ଡାକ୍ତରଖାନା ସ୍ଥିତି ଅନୁଧ୍ୟାନ କାର୍ଯ୍ୟକ୍ରମ ରହିଛି।

5T ସଚିବ ଏବଂ ଉନ୍ନୟନ କମିଶନର ଜୟପୁରରେ ୧୫୦ ଶଯ୍ୟା ବିଶିଷ୍ଟ ଏବଂ ମାଲକାନଗିରିରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନାର ସ୍ଥିତି ସମୀକ୍ଷା କରିଛନ୍ତି । ଏଠାରେ କିପରି ସାମ୍ପଲ ପରୀକ୍ଷା ହୋଇ ପାରିବ ସେ ଦିଗରେ ମଧ୍ୟ ଆଲୋଚନା ହୋଇଛି ।

ଆସନ୍ତା କାଲିଠାରୁ ରାଜ୍ୟ ବାହାରେ ଥିବା ଓଡ଼ିଆ ମାନେ ରାଜ୍ୟକୁ ଫେରିବାକୁ ଚାହୁଁଥିଲେ ସେମାନେ ନିଜ ନାମ ପଞ୍ଜିକୃତ କରି ପାରିବେ। ଏହି କ୍ରମରେ କୋରାପୁଟ ଜିଲ୍ଲାର ୮ ହଜାର ଲୋକ ଘରକୁ ଫେରିବାର ପ୍ରଶାସନ ଆକଳନ କରିଛି। ତେଣୁ ଏ ନେଇ ମଧ୍ୟ 5T ସଚିବ କୋରାପୁଟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।