Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ପାରାଦୀପ ଗସ୍ତରେ ୫-ଟି ସଚିବ: କୋଭିଡ୍ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ, ଶ୍ରମଜୀବିଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କଲେ

17/04/2020 at 4:38 PM

ପାରାଦୀପ୧୭/୪: ପାରାଦୀପ ଗସ୍ତରେ ୫-ଟି ସଚିବ ଭି.କେ ପାଣିଆନ୍। ଶ୍ରମିକଙ୍କ ପାଇଁ ହୋଇଥିବା କ୍ୟାମ୍ପ ବୁଲି ଦେଖିଛନ୍ତି ସଚିବ। ସେମାନଙ୍କୁ ପରଷା ଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି। ପାରାଦୀପ ଶଂଖକୁଦସ୍ଥିତ କ୍ୟାମ୍ପରେ ପାଖାପାଖି ୮୬ ଜଣ ଶ୍ରମିକ ଅଛନ୍ତି। ପଶ୍ଚିମବଙ୍ଗ, ବିହାର, ବାଲେଶ୍ବର ଅଞ୍ଚଳର ଶ୍ରମିକମାନେ ଏହି କ୍ୟାମ୍ପରେ ଅଛନ୍ତି। ଦିନକୁ ଦୁଇ ଥର ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଲକଡାଉନ୍ ଯୋଗୁ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ଦାଦନ ଶ୍ରମିକ।

ଏହସହ ବନ୍ଦର ପ୍ରଶାସନ ଦ୍ବାରା ସ୍ଥାନୀୟ ଯାତ୍ରୀ ନିବାସରେ କୋଭିଡ୍ ହସ୍ପିଟାଲ ନିର୍ମାଣ ହୋଇଛି। ଗତକିଛି ଦିନ ପୂର୍ବରୁ ବନ୍ଦର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଆଲୋଚନା ହୋଇଥିଲା। କୋଭିଡ-୧୯ ପଜିଟିଭ୍‌ଙ୍କ ନିମନ୍ତେ ନିର୍ମାଣ ହୋଇଛି। ରକ୍ଷଣାବେକ୍ଷଣର ଦାୟିତ୍ବ ଜଗତସିଂହପୁର ଜିଲ୍ଲା ପ୍ରଶାସନ ନେଇଥିବା ବେଳେ ଏହି ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ୫୦ ଟି ବେଡ ଓ ୫ ଟି ଆଇସିୟୁ ଓ୍ବାର୍ଡର ବ୍ୟବସ୍ଥା କରାଯାଇଛି।

ତେବେ ଚଳିତ ମାସ ୨୦ ତାରିଖରେ ଏହି ହସ୍ପିଟାଲକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିବାବେଳେ ଆଜି 5-T ସଚିବ ପାରାଦୀପରେ ପହଞ୍ଚି ହସ୍ପିଟାଲ ପରିସର ବୁଲି ଅନୁଧ୍ୟାନ କରିଛନ୍ତି।

ଗତକାଲି ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ଗସ୍ତକରି କୋଭିଡ ହସ୍ପିଟାଲର କାମ କିପରି ଚାଲିଛି ତାହାର ସମୀକ୍ଷା କରିଥିଲେ,ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ୍ । କେବଳ ସେତିକି ନୁହେଁ ବର୍ତ୍ତମାନ ସମୟରେ ବିଭିନ୍ନ ଜିଲ୍ଳାରେ ନିର୍ମାଣ  ହୋଇଥିବା ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ବୁଲି ତାର ତଦାରଖ କରୁଛନ୍ତି ଭି. କେ ପାଣ୍ଡିଆନ୍‌।

   Related Posts