ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଛି ଏକାଥରକେ ୫ଟି ବଡ ବାତ୍ୟା, ସେପଟେ ୨୦ରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା

Published By : Prameya-News7 Bureau | September 16, 2020 IST

ଭୁବନେଶ୍ୱର,୧୬ ।୦୯:  ଆଟଲାଣ୍ଟିକ୍‌ ମହାସାଗରରେ ସୃଷ୍ଟି ହୋଇଛି ୫ ପାଞ୍ଚଟି ବାତ୍ୟା । ଇତିହାସରେ ଦ୍ବିତୀୟ ଥର ପାଇଁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ପୂର୍ବରୁ ୧୯୭୧ରେ ଏଭଳି ୫ଟି ବାତ୍ୟା ସୃଷ୍ଟି ହୋଇଥିଲା । ଅବଶ୍ୟ ଏହାର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ । ସେପଟେ ଆସନ୍ତା ୨୦ ତାରିଖ ବେଳକୁ ଉତ୍ତରପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିବାକୁ ଥିବା ବେଳେ ବିଭିନ୍ନ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।

{"id":330518,"sizeSlug":"large"}

ଗୋଟିଏ କି ଦୁଇଟି ନୁହେଁ ଆଟଲାଣ୍ଟିକ୍‌ ମହାସାଗରରେ ସୃଷ୍ଟି ହୋଇଛି ୫ ପାଞ୍ଚଟି ବାତ୍ୟା । ସାଟେଲାଇଟ୍‌ ଇମେଜ୍‌ରେ ଏହି ପାଞ୍ଚଟି ବାତ୍ୟାର  ଚିତ୍ର ସ୍ପଷ୍ଟ ଦେଖାଯାଉଛି ।  ଏହି ବାତ୍ୟାଗୁଡ଼ିକର ନାମକରଣ କରାଯାଇଛି । ସେଗୁଡ଼ିକ ହେଲା ପାଉଲେଟ୍‌, ରେନେ, ସାଲେ, ଟେଡି ଏବଂ ଭିକି ।ପାଉଲେଟ୍‌ ବରମୁଡ଼ା ଅତିକ୍ରମ କରି ଆମେରିକା ଆଡ଼େ ମୁହାଁଇ ଥିବା ବେଳେ ସାଲେ ମେକ୍ସିକୋ ଆଡ଼କୁ ମୁହାଁଇଛି ।  ସେହିଭଳି ମହାସାଗର ଭିତରେ ବଳ ଗୋଟାଉଛନ୍ତି ବାତ୍ୟା ଟେଡି ଆଉ ଭିକି । ଆସନ୍ତା କିଛି ଘଣ୍ଟା ଭିତରେ ଏହି ବାତ୍ୟା ଦୁଇଟିର ଗତି କୁଆଡ଼େ ରହିବ ତାହା ସ୍ପଷ୍ଟ ହେବ । ତେବେ ମହାସାଗର ଭିତରେ ବାତ୍ୟା ରେନେ ଦୁର୍ବଳ ହେଉଥିବା କୁହାଯାଉଛି । ଇତିହାସରେ ଦ୍ବିତୀୟ ଥର ପାଇଁ ଗୋଟିଏ ମହାସାଗରରେ ଏକାଥରକେ ସୃଷ୍ଟି ହୋଇଛି ୫ ପାଞ୍ଚଟି ବାତ୍ୟା । ପୂର୍ବରୁ ୧୯୭୧ରେ ଆଟଲାଣ୍ଟିକ୍‌ ମହାସାଗରରେ ଏଭଳି ୫ଟି ବାତ୍ୟା ସୃଷ୍ଟି ହୋଇଥିଲା । ଅବଶ୍ୟ ଏସବୁ ବାତ୍ୟାର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ ।

{"id":330519,"sizeSlug":"large"}

ସେପଟେ ଆସନ୍ତା ୨୦ ତାରିଖ ବେଳକୁ ଉତ୍ତରପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଅଂଚଳରେ ବର୍ଷା ହେବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ୧୯ରୁ ନବରଙ୍ଗପୁର, କୋରାପୁଟ, ରାୟଗଡ଼ାରେ ବର୍ଷା ହେବ । ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଫଳରେ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ । ୨୦,୨୧,୨୨ରେ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.