ମହାରାଷ୍ଟ୍ରରେ ବଡ ଦୁର୍ଘଟଣା: ଭୁଶୁଡିଲା ୫ ମହଲା କୋଠା, ୭୦ ରୁ ୮୦ ଲୋକ ଭଙ୍ଗା ଘର ତଳେ ଚାପି ହୋଇ ରହିଥିବା ଆଶଙ୍କା

Published By : Prameya-News7 Bureau | August 24, 2020 IST

ମୁମ୍ବାଇ ୨୪।୦୮: ମହାରାଷ୍ଟ୍ରରେ ସୋମବାର ଏକ ବଡ ଦୁର୍ଘଟଣା ଘଟିଛି। ରାୟଗଡ ଜିଲ୍ଲାର ମହାଡ ସହରର  କାଜଲପୁରା ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ସୋମବାର ସନ୍ଧ୍ୟା ୭ଟାରେ ଭୁଶୁଡି ପଡିଛି। ଏହି କୋଠାରେ ପ୍ରାୟ ୪୫ ରୁ ୪୭ ଫ୍ଲାଟ ଥିବା କୁହାଯାଉଛି। ଘଟଣାରେ ପ୍ରାୟ ୭୦ ରୁ ୮୦ ଲୋକ ଭଙ୍ଗା ଘର ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। କର୍ମଚାରୀ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଜୁଟିଛନ୍ତି।

{"id":319586,"sizeSlug":"large"}

ଏ ପର୍ଯ୍ୟନ୍ତ ୧୫ ଜଣ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ପୁଣେରୁ ଏନଡିଆରଏଫର ଟିମ୍‌କୁ ପଠାଯାଇଛି। ଆହୁରି ୪ ରୁ ୫ ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି କୋଠାଟି ୧୦ ରୁ ୧୨ ବର୍ଷ ତଳେ ନିର୍ମାଣ ହୋଇଥିଲା। ଏଠାରେ ୫୦ ପରିବାର ରହୁଥିଲେ।

{"id":319587,"sizeSlug":"large"}

ସୂଚନା ଅନୁସାରେ ଏଠାରେ ଏହି ବିଲ୍ଡିଂଟି ପ୍ରାୟ ୧୦ରୁ ୧୨ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ତେବେ ମହାଡ କଲେକ୍ଟର ନିଧି ଚୌଧୁରୀ ୫ ମହଲା ଆପାର୍ଟମେଣ୍ଟର ୨ଟି ମହଲା ଭୂଷୁଡିଥିବାର କହିଛନ୍ତି। ଉଦ୍ଧାର ଲାଗି ଏନଡିଆରଏଫଙ୍କ ସହାୟତା ଲୋଡାଯାଇଥିବା ବେଳେ ସେମାନେ ୨ରୁ ୫ ଘଣ୍ଟା ମଧ୍ୟରେ ପହଞ୍ଚିବାର ଅନୁମାନ କରାଯାଉଛି। ବିଲ୍ଡିଂରେ ରହୁଥିବା ଲୋକଙ୍କ ମଧ୍ୟରୁ ୪୦ ରୁ ୫୦ ଜଣ ବାହାରେ ଥିବା ବେଳେ ବିଲ୍ଡିଂରେ ଆହୁରି ୫୦ରୁ ୭୦ ଜଣ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଘଟଣାକୁ ନେଇ ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ଅଦିତି ଏସ ତଟକରେ କହିଛନ୍ତି ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ୨୦୦ରୁ ଅଧିକ ଲୋକ ଫସିଛନ୍ତି। ଅନ୍ୟପଟେ ଏନଡିଆରଏଫର କହିବା କଥା ୫୦ରୁ ଅଦିକ ଲୋକ ଭଙ୍ଗାଘର  ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଏନଡିଆରଏଫର ତିନୋଟି ଦଳ ଉଦ୍ଧାରକାର୍ଯ୍ୟରେ ଜୁଟିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.