୩ଟି ରାଜ୍ୟରେ କଂଗ୍ରେସ ସରକାର ଗଢିବା ସମ୍ଭାବନା, ଓଡିଶା କଂଗ୍ରେସ ଭବନ ଠାରେ ବିଜୟ ଉଲ୍ଲାସ: ସୁର କହିଲେ ଫଳ ଭୋଗିଲେ ରମଣ

Published By : Prameya-News7 Bureau | December 11, 2018 IST

wp:core-embed/youtube {"url":"https://www.youtube.com/watch?v=2u3zoHOCoJw","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=2u3zoHOCoJw
/wp:core-embed/youtube

ଭୁବନେଶ୍ୱର ୧୧/୧୨ : ୩ଟି ରାଜ୍ୟରେ କଂଗ୍ରେସର ବିଜୟ ସମ୍ଭାବନା ଯୋଗୁଁ ଓଡିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି | ବାଣ ଓ ବାଜା ସହିତ କଂଗ୍ରେସ କର୍ମୀମାନେ ବିଜୟ ପାଳନ କରୁଥିବା ଦେଖିବାକୁ ମିଳିଛି | କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଉତ୍ସବ ପାଳନରେ ସାମିଲ ହୋଇଛନ୍ତି | ବିଶେଷକରି ପଡୋଶୀ ଛତିଶଗଡ଼ରେ ବିଜେପିର ବିପର୍ଯ୍ୟୟ ନେଇ କଂଗ୍ରେସ ନେତାମାନେ ଉତ୍ଫୁଳିତ ଅଛନ୍ତି | ଛତିଶଗଡ଼ରେ ଥିବା ରମଣ ସିଂ ସରକାର ମହାନଦୀ ଜଳ ବିଭାଜନ ପ୍ରସଙ୍ଗରେ ଯେଉଁଭଳି ଟାଳଟୁଳ ନୀତି ଅବଲମ୍ବନ କରିଥିଲେ ସେଥିରେ ଓଡ଼ିଶାବାସୀ କ୍ଷୁବ୍ଧ ଅଛନ୍ତି | କଲମା ଠାରେ ବ୍ୟାରେଜ ନିର୍ମାଣ କରି ଓଡିଶାର ସ୍ୱାର୍ଥକୁ ସେ କୁଠାରାଘାତ କରି ଆସିଛନ୍ତି ବୋଲି ଏହି ନେତାମାନେ କହିଛନ୍ତି | କଂଗ୍ରେସ ଭବନ ଠାରେ ଚାଲିଥିବା ଉତ୍ସବ ବେଳେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ, ରମଣ ସିଂ ତାଙ୍କ କୃତ କର୍ମର ଫଳ ଭୋଗିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.