୫ ରାଜ୍ୟରେ ଏକଜିଟ ପୋଲ : ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ବିଜୟ ସମ୍ଭାବନା ଅଧିକ, ମଧ୍ୟପ୍ରଦେଶରେ କଡା ଟକ୍କର

Published By : Prameya-News7 Bureau | December 08, 2018 IST

ନୂଆଦିଲ୍ଲୀ ୦୮|୧୨:  ସରିଛି ୫ଟି ରାଜ୍ୟ ପାଇଁ ଚାଲିଥିବା ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି।  ଡିସେମ୍ବର ୧୧ରେ ଭୋଟ ଗଣତି । ତେବେ  ରାଜସ୍ଥାନରେ ସତ୍ତା ପରିବର୍ତ୍ତନର ସଙ୍କେତ ମିଳିଛି । ରାଜସ୍ଥାନରେବସୁନ୍ଧରା ରାଜେଙ୍କ ସରକାରକୁ କ୍ଷମତାଚ୍ୟୁତ କରି ପୁଣି କ୍ଷମତାକୁ ଆସିବ କଂଗ୍ରେସ । ବିଭିନ୍ନ ସଂସ୍ଥାଦ୍ବାରା କରାଯାଇଥିବା ଏକଜିଟ୍ ପୋଲ୍ ରେ କଂଗ୍ରେସକୁ ବହୁମତ ମିଳିବା ସମ୍ଭାବନା ଦେଖାଦେଇଛି । ଏବିପିନ୍ୟୁଜ୍ -ସି ଭୋଟର ସର୍ଭେରେ ବିଜେପିକୁ ୫୬, କଂଗ୍ରେସକୁ ୧୪୨ ଓ ଅନ୍ୟାନ୍ୟଙ୍କୁ ୨ ଟି ଆସନ ମିଳିବାସମ୍ଭାବନା ରହିଛି । ଟାଇମ୍ ସ ନାଓ-କ୍ରୋମ୍ ଏକଜିଟ୍ ପୋଲରେ ବିଜେପିକୁ ୮୯, କଂଗ୍ରେସକୁ ୧୦୨ ଏବଂଅନ୍ୟାନ୍ୟଙ୍କୁ ୯ଟି ଆସନ ମିଳିବା ସମ୍ଭାବନା ରହିଛି । ଟାଇମ୍ ସ ନାଓ-ୱାରରୁମ୍ ଷ୍ଟ୍ରାଟେଜି ଏକଜିଟ୍ପୋଲରେ ବିଜେପିକୁ ୭୫, କଂଗ୍ରେସକୁ ୧୧୫ ଏବଂ ଅନ୍ୟାନ୍ୟଙ୍କୁ ୧୦ଟି ଆସନ ମିଳିବା ସମ୍ଭାବନା ଦର୍ଶାଯାଇଛି। ନ୍ୟୁଜ ନେସନ ଏକଜିଟ୍ ପୋଲରେ ବିଜେପିକୁ ୭୧ରୁ ୭୫, କଂଗ୍ରେସକୁ ୧୧୩ରୁ ୧୧୭ ଆସନ ଜିତିବା ସମ୍ଭାବନାଦର୍ଶାଯାଇଛି । ରାଜସ୍ଥାନର ସବୁ ଏକଜିଟ୍ ପୋଲର ହାରାହାରି ଫଳାଫଳକୁ ଦେଖିଲେ ବିଜେପିକୁ ୭୩, କଂଗ୍ରେସକୁ୧୧୯ ଏବଂ ଅନ୍ୟାମାନେ ୮ଟି ଆସନ ଜିତିବା ସମ୍ଭାବନା ରହିଛି।

{"id":61923}

ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସମଧ୍ୟରେ କଡ଼ା ଟକ୍କର ସମ୍ଭାବନା ରହିଛି । ମଧ୍ୟପ୍ରଦେଶରେ ଟାଇମ୍ସ ନାଓ ପକ୍ଷରୁ କରାଯାଇଥିବା ସର୍ଭେବିଜେପିକୁ ୧୨୬, କଂଗ୍ରେସକୁ ୮୯ ଏବଂ ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ୧୫ଟି ଆସନ ଦେଇଛି ।  ଜନତା କି ବାତ୍ ସର୍ଭେରେ ବିଜେପିକୁ ୧୧୮, କଂଗ୍ରେସକୁ ୧୦୫ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ  ୭ ଟି ଆସନ ଜିତିବା ଆଶା ଥିବା ଦର୍ଶାଯାଇଛି । ଆକ୍ସିସ୍- ମାଇଁ ଇଣ୍ଡିଆ ସର୍ଭେରେ ବିଜେପିକୁ ୧୧୧, କଂଗ୍ରେସକୁ ୧୧୩ ଏବଂ ଅନ୍ୟାନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ୬ଟି ଆସନ ମିଳିବା ଦର୍ଶାଯାଇଛି । ଇଣ୍ଡିଆ ନ୍ୟୁଜ୍ -ନେତା ଏକଜିଟ୍ ପୋଲରେ ବିଜେପିକୁ ୧୦୬, କଂଗ୍ରେସକୁ୧୧୨ ଏବଂଅନ୍ୟାନ୍ୟଙ୍କୁ ୧୨ଟି ସିଟ୍  ଜିତିବା ଦର୍ଶାଯାଇଛି। ଏବିପି ନ୍ୟୁଜ୍ -ସିଏସ୍ ଡିଏସ୍ ଏକ୍ ଜିଟ୍  ପୋଲରେବିଜେପିକୁ ୯୪, କଂଗ୍ରେସକୁ ୧୨୬ ଏବଂ ଅନ୍ୟାନ୍ୟଙ୍କୁ ୧୦ଟି ଆସନ ମିଳିଛି । ନ୍ୟୁଜ ୨୪-ପେସ୍ ଏକଜିଟ୍  ପୋଲରେ ବିଜେପିକୁ ୧୦୩, କଂଗ୍ରେସକୁ ୧୧୫ ଏବଂ ଅନ୍ୟାନ୍ୟଙ୍କୁ୧୨ଟି ଆସନ ମିଳିବ ବୋଲି ଦର୍ଶାଯାଇଛି। ଟୁଡେ ଚାଣକ୍ୟ ଏକଜିଟ୍ ପୋଲରେ ବିଜେପିକୁ ୧୦୩, କଂଗ୍ରେସକୁ୧୨୫ ଏବଂ ଅନ୍ୟାନ୍ୟ ୨ଟି ଆସନ ଜିତିବା ଦର୍ଶାଯାଇଛି। ତେବେ ଏହି ସବୁ ଏକଜିଟ୍  ପୋଲର ହାରାହାରି ହିସାବକୁ ନେଇ ପୋଲ ଅଫ୍ ପୋଲ୍ ସ ନାମରେଏକ ଫଳାଫଳ ପ୍ରକାଶ ପାଇଛି । ଏଥିରେ ମଧ୍ୟପ୍ରଦେଶରେ ବିଜେପିକୁ ୧୦୯, କଂଗ୍ରେସକୁ ୧୧୨ ଏବଂ ଅନ୍ୟାନ୍ୟପ୍ରାର୍ଥୀଙ୍କୁ ୯ଟି ଆସନ ଜିତିବା ସମ୍ଭାବନା ଦର୍ଶାଯାଇଛି।

{"id":61924}

ଛତିଶଗଡ଼ର ଏକଜିଟ୍  ପୋଲ୍ ଫଳାଫଳ ଅନୁସାରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେକଡ଼ା ଟକ୍କର ହେବ। ଛତିଶଗଡ଼ ପାଇଁ ଟାଇମ୍ସ ନାଓ ଏକଜିଟ୍ ପୋଲ୍ ରେ ବିଜେପିକୁ ୪୬, କଂଗ୍ରେସକୁ ୩୫ ଏବଂ ଅନ୍ୟାନ୍ୟ ୯ଟି ସିଟ୍  ପାଇବା ସମ୍ଭାବନା ଦର୍ଶାଯାଇଛି। ସି ଭୋଟର ସର୍ଭେରେ ବିଜେପିକୁ୩୯, କଂଗ୍ରେସକୁ ୪୬ ଏବଂ ଅନ୍ୟାନ୍ୟ ୫ଟି ଆସନ ପାଇବା ସମ୍ଭାବନା ଦର୍ଶାଯାଇଛି। ନ୍ୟୁଜ ନେସନ ଏକଜିଟ୍  ପୋଲରେ ବିଜେପିକୁ ୪୦, କଂଗ୍ରେସକୁ ୪୨ ଏବଂ ଅନ୍ୟାନ୍ୟଙ୍କୁ୮ଟି ସିଟ୍  ମିଳିବା ସମ୍ଭାବନା ରହିଛି। ଜନ କି ବାତ୍  ଏକଜିଟ୍ ପୋଲରେ ବିଜେପିକୁ ୪୪, କଂଗ୍ରେସକୁ ୪୦ ଏବଂ ଅନ୍ୟାନ୍ୟଙ୍କୁ ୬ଟି ସିଟ୍  ସମ୍ଭାବନା ଦର୍ଶାଯାଇଛି। ଆକ୍ସିସ-ମାଇଁ ଇଣ୍ଡିଆ ଏକଜିଟ୍ପୋଲ୍ ରେ ବିଜେପିକୁ ୨୬, କଂଗ୍ରେସକୁ ୬୦ ଏବଂ ଅନ୍ୟାନ୍ୟଙ୍କୁ ୪ଟି ଆସନ ମିଳିବା ସମ୍ଭାବନା ଅଛି।ଏବିପି -ସିଏସ୍ ଡିଏସ୍  ଏକଜିଟ୍ ପୋଲରେ ବିଜେପିକୁ୫୨, କଂଗ୍ରେସକୁ ୩୫ ଏବଂ ଅନ୍ୟାନ୍ୟଙ୍କୁ ୩ଟି ଆସନ ମିଳିବା ସମ୍ଭାବନା ରହିଛି। ଟୁଡେ-ଚାଣକ୍ୟ ଏକଜିଟ୍  ପୋଲରେ ବିଜେପିକୁ ୩୬, କଂଗ୍ରେସକୁ ୫୦ ଏବଂ ଅନ୍ୟାନ୍ୟଙ୍କୁ୪ଟି ସିଟ୍  ମିଳିବା ସମ୍ଭାବନା ଅଛି। ଛତିଶଗଡ଼ର ହାରାହାରିଏକଜିଟ୍  ପୋଲ୍ ରେ ବିଜେପିକୁ ୪୦ଟି ଆସନ ମିଳିବା ସମ୍ଭାବନାଥିବା ବେଳେ କଂଗ୍ରେସକୁ ୪୪ ଏବଂ ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ୬ଟି ଆସନ ମିଳିବା ସମ୍ଭାବନା ରହିଛି।

{"id":61925}

ତେଲେଙ୍ଗାନାରେ ମଧ୍ୟ ଶାସକଟିଆରଏସ ପାଇଁ ଶୁଭ ସୂଚନା ଆସୁଛି। ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭାରେ ଟିଆରଏସ ଏବଂ ଟିଡିପି-କଂଗ୍ରେସମେଣ୍ଟ ମଧ୍ୟରେ କଡ଼ା ଟକ୍କର ହୋଇଛି। ତେବେ ଆକ୍ସିସ୍ ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ସର୍ଭେଅନୁସାରେ ଟିଆରଏସ ୮୫ ସିଟ୍ ପାଇବ। କଂଗ୍ରେସ ୨୭ ବିଜେପି ୨ ଏବଂ ଅନ୍ୟମାନେ ୫ଟି ଆସନ ପାଇବେ। ଟାଇମ୍ସ ନାଓ ସିଏନଏକ୍ସ କରିଥିବା ସର୍ଭେ ଅନୁସାରେ ଟିଆରଏସ ୬୬, କଂଗ୍ରେସ ୩୭, ବିଜେପି ୭ ଏବଂ ଅନ୍ୟମାନେ୯ଟି ଆସନ ପାଇବା ସମ୍ଭାବନା ରହିଛି। ପୋଲ୍ ସ ଅଫ ପୋଲ୍ ସ ସର୍ଭେ ଅନୁସାରେ ଟିଆରଏସ ୭୬, କଂଗ୍ରେସ୩୨, ବିଜେପି ୪ ଏବଂ ଅନ୍ୟମାନେ ୭ଟି ଆସନ ପାଇବେ। 

{"id":61926}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.