Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

କରୋନା ଛାଟରେ ୫ ରାଜ୍ୟ ଘାଇଲା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ

3/09/2020 at 5:41 PM

ନୂଆଦିଲ୍ଲୀ, ୦୩|୦୯:  କରୋନା ଭାଇରସର ଆତଙ୍କ ଦେଶରେ ଥମିବାର ନାଁ ନେଉନାହିଁ । ସକ୍ରିୟ କେସ୍ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଥିବା ସକ୍ରିୟ କେସ ମଧ୍ୟରୁ ୬୨ ପ୍ରତିଶତ କେବଳ ୫ ରାଜ୍ୟର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ୫ ରାଜ୍ୟ ମଧ୍ୟରୁ କେବଳ ମହାରାଷ୍ଟ୍ରରେ ହିଁ ୨୫ ପ୍ରତିଶତ ସକ୍ରିୟ କେସ୍ ରହିଛି ।

ଏହି ୫ ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ ତାମିଲନାଡୁ । ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ସକ୍ରିୟ କେସ୍ ରହିଛି ୧୨ ପ୍ରତିଶତ । କରୋନା ଜନିତ ମୃତ୍ୟୁ ମାମଲା ଦେଖିଲେ ୩୭ ପ୍ରତିଶତ ମହାରାଷ୍ଟ୍ରରୁ ରହିଛନ୍ତି । ଏହାସହ ମୋଟ୍ ମୃତ୍ୟୁସଂଖ୍ୟାରୁ ଏହି ୫ ରାଜ୍ୟର ହାର ହେଉଛି ୭୦ ପ୍ରତିଶତ ।

ଏହାସହ କର୍ଣ୍ଣାଟକରେ କରୋନା ମାମଲା ୯.୫ ପ୍ରତିଶତ ଓ ଦିଲ୍ଲୀରେ ୫୦ ପ୍ରତିଶତ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ସଚିବ ରାଜୀବ ଭୂଷଣ କହିଛନ୍ତି ଯେ, ଦିଲ୍ଲୀରେ ମାମଲା ବୃଦ୍ଧି ପାଉଛି । କେନ୍ଦ୍ର ସରକରା ଦିଲ୍ଲୀ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ।

ଏହାସହ ମନ୍ତ୍ରାଳୟ କହିଛି ଯେ, ଦେଶରେ ଏବେସୁଦ୍ଧା ୪.୫୦ କୋଟି କରୋନା ଟେଷ୍ଟ କରାଯାଇଛି । ଏହାସହ ୨୯.୭୦ ଲକ୍ଷ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ଟିଭ୍ କେସ୍ ରହିଛି ୮.୧୫ ଲକ୍ଷ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ସକ୍ରିୟ କେସର ୩ ଗୁଣ । ଆଇସିଏମଆରର ନିର୍ଦ୍ଦେଶକ କହିଛନ୍ତି ଯେ, ଲକ୍ଷଣ ନଥିବା ଆକ୍ରାନ୍ତଙ୍କଠାରୁ କରୋନା ଭାଇରସ ୩ରୁ ୪ ଦିନ ପରେ ଆଉ କାହାକୁ ସଂକ୍ରମିତ କରିଥାଏ ।

   Related Posts