ଆଜି ଆସିବ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ

Published By : Prameya-News7 Bureau | December 11, 2018 IST

ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତବିଧାନସଭା ନିର୍ବାଚନର ଫଳାଫଳ  ପାଇଁ ଭୋଟ୍ ଗଣତି ଆରମ୍ଭ।  ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୧୧ଟାସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯିବ।  ୫ଟି ରାଜ୍ୟରେ ୮୫୦୦ରୁଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ୧ ଲକ୍ଷ ୭୪ ହଜାର ୭୨୪ଟି ଇଭିଏମ୍ ମଧ୍ୟରେ ବନ୍ଦ  ରହିଛି । ୫ଟି ଯାକ ରାଜ୍ୟର ୬୭୯ଟି ବିଧାନସଭା ଆସନ ମଧ୍ୟରୁ  ରାଜସ୍ଥାନର ଗୋଟିଏ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ୬୭୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହି୫ଟି ରାଜ୍ୟର ଫଳାଫଳ ରାଜନୈତିକ ଦଳଗୁଡ଼ିକ ପାଇଁ ଅନେକ ଗୁରୁତ୍ବ ବହନ କରୁଛି। ତେଣୁ ଏହି ନିର୍ବାଚନକୁସେମି ଫାଇନାଲ ଭାବେ ବିବେଚନା କରାଯାଉଛି ।

ଭୋଟ୍ ଗଣତି ପାଇଁ ନିର୍ବାଚନକମିସନଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବାଏକ୍ ଜିଟ୍ ପୋଲ୍ ରେ ଯେଉଁ ପୂର୍ବାନୁମାନ କରାଯାଇଛି ତାହା ବିଜେପିର ଚିନ୍ତା ବଢ଼ାଇ ଦେଇଛି। ମଧ୍ୟପ୍ରଦେଶଓ ଛତିଶଗଡ଼ରେ ବିଜେପିର ବିଜୟ ଅଭିଯାନରେ ରୋକ ଲାଗିବ। ସେହି ଦୁଇଟି ରାଜ୍ୟରେ ସରକାର ଗଠନ ପାଇଁ କାହାରିକୁସ୍ପଷ୍ଟ ବହୁମତ ନମିଳିବା ସମ୍ଭାବନା ରହିଛି। ତେବେ ରାଜସ୍ଥାନରେ ମଧ୍ୟ ବିଜେପିକୁ ଶାସନ ଗାଦିରୁ ମତଦାତାମାନେହଟାଇ କଂଗ୍ରେସକୁ କ୍ଷମତାସୀନ କରିବା ନେଇ ଆକଳନ କରାଯାଇଛି। ଅନ୍ୟପକ୍ଷରେ ମିଜୋରାମରେ କଂଗ୍ରେସ କ୍ଷମତାଚ୍ୟୁତହେବା ସହିତ ତେଲେଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓ କ୍ଷମତାରେ ରହି ପାରନ୍ତି ବୋଲି ଆକଳନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.