ପଥରରେ ରଙ୍ଗୁଥିବା ଦେଖିବାକୁ ମିଳିଛି ଏକ ଅଜବ ଜୀବ : ଦେଖିବାକୁ ସାପ ଭଳି କିନ୍ତୁ...

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪/୦୬ : ସୋସିଆଲ ମିଡିଆରେ ଅନେକ ଅଜବ ଅଜବ ଜୀବଜନ୍ତୁଙ୍କ ଫଟୋ ଭାଇରାଲ ହୋଇଥାଏ | ଲୋକେ ଏହିଭଳି ଜୀବଜନ୍ତୁଙ୍କୁ ଚିହ୍ନଟ କରିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି | ପୁଣିଥରେ ଏହିଭଳି ଏକ ଜୀବର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯାହାକୁ ଲୋକେ ଚିହ୍ନଟ କରିବାକୁ ଚେଷ୍ଟା କରିଛନ୍ତି | ଏହି ଜୀବର ଭିଡିଓ ଦେଖିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ଏହି ଜୀବର ନାଁ କଣ ? ଏହି ଭିଡିଓ ଏକ ସାପ ଭଳି ଜୀବ ଦେଖିବାକୁ ମିଳିଛି | ଜୀବଟି ପଥର ଉପରେ ରଙ୍ଗୁଥିବା ଦେଖିବାକୁ ମିଳିଛି |

ଆରମ୍ଭରୁ ଭିଡିଓ ଦେଖିବାବେଳେ ଲୋକେ ଭାବିଲେ ଏହା ଏକ ସାପ | କିନ୍ତୁ ଭିଡିଓ ଆଗକୁ ବଢିବା ପରେ ଜଣାପଡିଛି ଏହା ସାପ ନୁହେଁ | ଜୀବକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ | ଲୋକେ କହିଛନ୍ତି ସେମାନେ ଏହିଭଳି ଏକ ଜୀବ ଆଗରୁ କେବେ ଦେଖିନଥିଲେ | ଭିଡିଓରେ ଜୀବର ୫ଟି ହାତ ଥିବାର ଦେଖିବାକୁ ମିଳିଛି | ଦେଖିବାକୁ ଏହା ଅକ୍ଟୋପ୍ସ ଭଳି |

ପଥର ଉପରେ ରଙ୍ଗୁଥିବା ଏହି ଜୀବ ଧୀରେ ଧୀରେ ପାଣି ଭିତରକୁ ଯାଉଛି | ଏହି ଜୀବର ଭିଡିଓ ଲାଇଦିୟା ରାଲେ ନାମକ ଜଣେ ୟୁଜର ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି | ଭିଡିଓ ସେୟାର କରି ସେ କ୍ୟାପସନ ଲେଖିଛନ୍ତି, 'ଏହା କଣ ? ଆପଣମାନେ ଦେଖନ୍ତୁ ଏବଂ କୁହନ୍ତୁ ଏହି ଜୀବ କଣ ?'

wp:core-embed/twitter {"url":"https://twitter.com/i/status/1268353079834841094","type":"rich","providerNameSlug":"twitter","className":""}
https://twitter.com/i/status/1268353079834841094
/wp:core-embed/twitter

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି | ଶହ ଶହ ଲୋକ କମେଣ୍ଟ କରିଛନ୍ତି | କିଛି ସୋସିଆଲ ମିଡ଼ିଆ ୟୁଜର କହିଛନ୍ତି ଏହା ସାପ |

ଜଣେ ୟୁଜର ଏହାକୁ ସ୍ନେକ ସ୍ପାଇଡର ବୋଲି କହିଛନ୍ତି | ଆଉ ଜଣେ ଏହାକୁ ଅଷ୍ଟ୍ରେଲିୟନ ବୋଲି କହିଛନ୍ତି | ଆଉ କିଛି ସୋସିଆଲ ମିଡ଼ିଆ ୟୁଜର ଏହାକୁ ୨୦୨୦ ମସିହାର ଆଉ ଏକ ବିପଦ ସହିତ ଯୋଡ଼ିଛନ୍ତି ଏବଂ କହିଛନ୍ତି ଏହିଭଳି ଅନେକ ଭୟଙ୍କର ଜୀବ ଚଳିତବର୍ଷ ହିଁ ଦେଖିବାକୁ ମିଳିଛି | ଭୀଡିଇଓ ଦେଖିବା ପରେ ଯଦି ଆପଣ ମଧ୍ୟ ସନ୍ଦେହ କରୁଛନ୍ତି ଯେ ଏହି ଜୀବର ନାଁ କଣ ତାହେଲେ ଜାଣନ୍ତୁ ଏହା କେଉଁ ଜୀବ | 

ଏହା ବ୍ରିଟେଲ ଷ୍ଟାର କିମ୍ବା ଓଫିୟୋରୋଇଡ | ଓଫିୟୋରୋଇଡ ଏକ ପ୍ରକାର ସମୁଦ୍ର ଜୀବ | ଏହା ଷ୍ଟାରଫିସ ଭଳି ମଧ୍ୟ ଦେଖାଯାଉଛି | ବୈଜ୍ଞାନିକଙ୍କ ଅନୁଯାୟୀ ଏହାର ୨ ହଜାର ପ୍ରଜାତି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.