ଫାଇଭ୍ ଷ୍ଟାର୍ ହୋଟେଲରେ କ୍ୱାରେଣ୍ଟାଇନରେ ରହିବେ ହାଇକୋର୍ଟ ଜଜ୍, ପ୍ରସ୍ତୁତ ହେଲା ୧୦୦ ରୁମ୍‌ର କୋଭିଡ୍ କେୟାର ସେଣ୍ଟର

Published By : Prameya-News7 Bureau | April 27, 2021 IST

ନୂଆଦିଲ୍ଲୀ, ୨୭।୦୪: ୫ ଷ୍ଟାର୍ ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ରହିବେ ଜଜ୍ । ଦିଲ୍ଲୀ ସରକାର ରାଜଧାନୀରେ ଥିବା ଏକ ପଞ୍ଚ ତାରକା ହୋଟେଲରେ ହୋଇଛି କରୋନା ସଂକ୍ରମିତ ଜଜଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା । ଜଜ୍ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ହୋଟେଲରେ ୧୦୦ ବେଡ୍ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  ଚାଣକ୍ୟପୁରୀ ଏସଡିଏମ ଏନେଇ ଆଦେଶ ଜାରି କରିଛନ୍ତି ।

ନିର୍ଦ୍ଦେଶ ଅନୁସାରେ, ପ୍ରାଇମ୍‌ସ ହସ୍ପିଟାଲ ଏହି କୋଭିଡ୍ କେୟାର ଦେଖାରଖା କରିବ । ଡାକ୍ତର, ନର୍ସ ଓ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା କାମ ମଧ୍ୟ ହସ୍ପିଟାଲ ବୁଝିବ । ଖାଦ୍ୟ ଓ ସଫାସୁତୁରା ହୋଟେଲ ପକ୍ଷରୁ ବୁଝାଯିବ । କରୋନା ସଂକ୍ରମଣ ବଢୁଥିବାରୋ ହାଇକୋର୍ଟଙ୍କ ପକ୍ଷରୁ ଏହି ଅନୁରୋଧ କରାଯାଇଥିଲା । ଏହାପରେ ପ୍ରଶାସନ ଚାଣକ୍ୟପୁରୀରେ ଏକ ହୋଟେଲକୁ କୋଭିଡ୍ କେୟାର ସେଣ୍ଟର କରିବାକୁ ନିଷ୍ପତ୍ତି ନେଇଥିଲା ।

ସୂଚନାନୁସାରେ, ଦିଲ୍ଲୀରେ ଟେଷ୍ଟିଂ କମିଥିଲେ ମଧ୍ୟ ସଂକ୍ରମଣ ହ୍ରାସ ପାଉନାହିଁ । ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ପୂର୍ବ ତୁଳନାରେ ୨୫ ହଜାର କମ୍ ଟେଷ୍ଟ ହେଉଛି । ଏହାପରେ ବି ସଂକ୍ରମିତଙ୍କ ସଂଖ୍ୟା କମୁନି । ଗତ ୧୦ ଦିନରେ ସଂକ୍ରମଣ ହାର ୩୦ ପ୍ରତିଶତରୁ ଅଧିକ ରହିଛି ।

ଦିଲ୍ଲୀରେ ଦୈନିକ ୭୫ ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି । ଏପ୍ରିଲ ୧୭ରେ ଏକ ଲକ୍ଷରୁ ଅଧିକ ଟେଷ୍ଟିଂ କରାଯାଇଥିଲା । ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ. ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଯେପରି ଗୁରୁତର ହେବା ପୂର୍ବରୁ ଆକ୍ରାନ୍ତଙ୍କୁ ଚିକିତ୍ସା ମିଳିପାରିବ ବୋଲି ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.